ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା: ଖାଇବାକୁ ଦେବା ପାଇଁ ପାଣ୍ଠି ଯୋଗାଡ଼ କଲେ ପ୍ରବାସୀ ଭାରତୀୟ ଶିଖ

Advertisment
ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା: ଖାଇବାକୁ ଦେବା ପାଇଁ ପାଣ୍ଠି ଯୋଗାଡ଼ କଲେ ପ୍ରବାସୀ ଭାରତୀୟ ଶିଖ

ଓ୍ଵାସିଂଟନ୍ : ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଲକ୍ଷାଧିକ ସ୍ଥାନୀୟ କର୍ମଚାରୀଙ୍କୁ ଦରମା ନମିଳିବାରୁ ସେମାନଙ୍କର ଅବସ୍ଥା ସଙ୍କଟଜନକ ହୋଇଛି। କର୍ମଚାରୀଙ୍କ ଅବସ୍ଥା ଏଭଳି ପରିସ୍ଥିତିର ପହଞ୍ଚିଛି ଯେ, ଖାଇବା-ପିଇବା ମଧ୍ୟ କଷ୍ଟକର ହୋଇଯାଇଛି। ଏହି ଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଆମେରିକାରେ ରହୁଥିବା ଭାରତର ଶିଖ ସଂପ୍ରଦାୟ ସହାୟତାର ହାତ ବଢ଼ାଇଛି । ଭାରତୀୟ ଶିଖ ସଂପ୍ରଦାୟ ପାଣ୍ଠି ଯୋଗାଡ଼ କରି ଆମେରିକୀୟଙ୍କୁ ଖାଇବାକୁ ଦେଉଛନ୍ତି।

ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶିଖ ସଂପ୍ରଦାୟ ପରିଚାଳିତ ଅନୁଷ୍ଠାନ ‘ଇଣ୍ଡିଆନା’ ଏବଂ ‘ଶିଖ୍‌ପିଏସି’ ସହାୟତା ପାଇଁ ଇଣ୍ଡିଆନ ନପୋଲିଜ୍‌ର ନିର୍ବାହୀ ନିର୍ଦ୍ଦେଶକ ମାରିଓ ରୋଡରିଗ୍‌ଜ୍‌, ଟିଏସ୍‌ଏ ଫେଡେରାଲ ସିକ୍ୟୁରିଟି ଡାଇରେକ୍ଟର ଆରୋନ୍‌ ଭଟ୍ଟଙ୍କୁ ସଂପର୍କ କରି ସହାୟତାର ହାତ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି।

ରିପୋର୍ଟ ଅନୁସାରେ ଜାନୁଆରି ୨୮ରେ  ଖାଦ୍ୟ ବିତରଣ କରାଯିବ। ଶିଖପଲିସିଜ୍‌ର କର୍ମୀ ଗୁରିନ୍ଦର ସିଂହ ଖାଲସା କହିଛନ୍ତି, ଆମେ ବର୍ତ୍ତମାନ ସେହିଭଳି ସ୍ଥାନ ଖୋଜୁଛୁ, ଯେଉଁଠାରେ ଆମକୁ ରିହାତି ଦରରେ ଗ୍ରୋସରି ସାମଗ୍ରୀ ମିଳିପାରିବ। ଆମର ସଂପ୍ରଦାୟ ଦ୍ୱାରା ଆରମ୍ଭ କରାଯିବାକୁ ଥିବା ରୋଷେଇ ଶାଳ ପ୍ରତି ରବିବାର ଖୋଲିବ ଏବଂ ଆର୍ଥିକ ମାନ୍ଦାବସ୍ଥା ଦୂର ହେବା ପର୍ଯ୍ୟନ୍ତ ଏହା ଜାରି ରହିବ।

ଟ୍ରାନସ୍‌ପୋର୍ଟେସନ୍‌ ସିକ୍ୟୁରିଟି ଆଡମିନିଷ୍ଟ୍ରେସନ (ଟିଏସ୍‌ଏ) ଅଧିନରେ ୬୦,୦୦୦ କର୍ମଚାରୀ କାମ କରିଥାନ୍ତି। ଡିସେମ୍ବର ୨୨ ପରଠାରୁ ମାନ୍ଦାବସ୍ଥା ଆରମ୍ଭ ହେବା ପରେ ଏହି କର୍ମଚାରୀମାନଙ୍କୁ ଦରମା ମିଳି ପାରି ନାହିଁ। ଏମାନଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା କରୁଛନ୍ତି ଶିଖ ସଂପ୍ରଦାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe