ଶିଖ୍‌ମାନେ ଶସ୍ତ୍ରବିଦ୍ୟା ତାଲିମ ପାଇବା ଉଚିତ: ଅକାଳ ତଖ୍‌ତ୍‌ ମୁଖ୍ୟ

Advertisment
ଶିଖ୍‌ମାନେ ଶସ୍ତ୍ରବିଦ୍ୟା ତାଲିମ ପାଇବା ଉଚିତ: ଅକାଳ ତଖ୍‌ତ୍‌ ମୁଖ୍ୟ

Image Courtesy of The Wire

ଅମୃତସର: ଶିଖ୍‌ମାନଙ୍କ ପାଇଁ ଶସ୍ତ୍ରବିଦ୍ୟା ତାଲିମ ଆବଶ୍ୟକ ବୋଲି ରବିବାର ଦିନ ଅକାଳ ତଖ୍‌ତ୍‌ ମୁଖ୍ୟ ଜ୍ଞାନୀ ହରପ୍ରୀତ ସିଂହ ସ୍ବର୍ଣ୍ଣ ମନ୍ଦିର ନିକଟରେ ଆୟୋଜିତ ସମାବେଶରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି।

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷା ଦେବା ଲାଗି ଶିଖ୍‌ମାନେ ଶସ୍ତ୍ରବିଦ୍ୟା ତାଲିମ ଏକାଡେମି ଆରମ୍ଭ କରିବା ଉଚିତ ବୋଲି ତଖ୍‌ତ୍‌ର ଜାଠେଦାର ଜ୍ଞାନୀ ହରପ୍ରୀତ ସିଂହ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଅମୃତସରର ସ୍ବର୍ଣ୍ଣ ମନ୍ଦିର ବାହାରେ ଜ୍ଞାନୀ ହରପ୍ରୀତ ସିଂହ ଏକ ସାଧାରଣ ସମାବେଶରେ ଉଦ୍‌ବୋଧନ ଦେଉଥିବା ବେଳେ ଖଲିସ୍ତାନୀ ସପକ୍ଷବାଦୀ ସ୍ଲୋଗାନ୍‌ ଶୁଭିଥିଲା। ଶିଖ୍ କଏଦୀମାନଙ୍କୁ ମୁକ୍ତ କରିବା ଲାଗି ସମବେତ ଜନତା ମଧ୍ୟ ଦାବି ଉପସ୍ଥାପନ କରିଥିଲେ।

publive-image Image Courtesy of India Today

ଜ୍ଞାନୀ ହରପ୍ରୀତ ସିଂହ କହିଛନ୍ତି, ଶିଖ୍‌ମାନେ କେବେହେଲେ ସ୍ବାଧୀନତା ପାଇ ନାହାନ୍ତି। ରାଜନୈତିକ, ଆର୍ଥିକ ଏବଂ ସାମାଜିକ ଭାବେ ଶିଖ୍‌ମାନଙ୍କୁ ଦୁର୍ବଳ କରିବା ଲାଗି ଉଦ୍ୟମ କରାଯାଇଛି। ଧାର୍ମିକ ସାମର୍ଥ୍ୟ ହାସଲ କରିବା ଆବଶ୍ୟକ ହୋଇପଡ଼ିଛି। ଏଥର ପୁଲିସ ମୁତୟନ କରି ଶିଖ୍‌ମାନଙ୍କୁ ଦମନ କରିବା ଲାଗି ସରକାର ଆପ୍ରାଣ ଉଦ୍ୟମ କରିଛନ୍ତି।

ଅପରାଧ ବୃଦ୍ଧି ଏବଂ ଆପଣା ଲୋକଙ୍କୁ ସୁରକ୍ଷା ଦେବାକୁ ସବୁ ଧର୍ମର ଅଧିକାର ଥିବା ଉପରେ ଗୁରୁତ୍ବାରୋପ କରି ଜ୍ଞାନୀ ହରପ୍ରୀତ ସିଂହ କହିଲେ, ଶିଖ୍‌ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତାଲିମ ପାଇବା ଉଚିତ।

ପଞ୍ଜାବର ଅମୃତସରରେ ଦରବାର ସାହିବ୍‌ରେ ଅବସ୍ଥିତ ଅକାଲ୍‌ ତଖ୍‌ତ୍‌ ହେଉଛି ଶିଖ୍‌ କର୍ତ୍ତୃପକ୍ଷମାନଙ୍କର ୫ଟି ଆସନରୁ ଗୋଟିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe