Advertisment

୨ଟି ବିଧାନସଭା ଆସନରୁ ଲଢିବେ ସିକିମ ମୁଖ୍ୟମନ୍ତ୍ରୀ; ବିରୋଧୀ ଚାମଲିଙ୍ଗଙ୍କ ବିପକ୍ଷରେ ପତ୍ନୀଙ୍କୁ କରିବେ ପ୍ରାର୍ଥୀ

Advertisment
୨ଟି ବିଧାନସଭା ଆସନରୁ ଲଢିବେ ସିକିମ ମୁଖ୍ୟମନ୍ତ୍ରୀ; ବିରୋଧୀ ଚାମଲିଙ୍ଗଙ୍କ ବିପକ୍ଷରେ ପତ୍ନୀଙ୍କୁ କରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମାଙ୍ଗ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଏବଂ ତାଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ ନାମଚି-ସିଂହିଥାଙ୍ଗ ଆସନରେ ବିରୋଧୀ ଏସଡିଏଫର ସଭାପତି ପୱନ କୁମାର ଚାମଲିଙ୍ଗଙ୍କୁ ଟକ୍କର ଦେବେ।

ଶାସକ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ସୋମବାର ଏହି ହିମାଳୟ ରାଜ୍ୟର ସମସ୍ତ ୩୨ଟି ବିଧାନସଭା ଆସନ ଏବଂ ଏକମାତ୍ର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବର୍ତ୍ତମାନର ସାଂସଦ ଇନ୍ଦ୍ର ହାଙ୍ଗ ସୁବ୍ଦାଙ୍କୁ ଲୋକସଭା ଆସନ ପାଇଁ ପୁନର୍ବାର ପ୍ରାର୍ଥୀ କରିଛି ଦଳ।

ବିଧାନସଭା ବାଚସ୍ପତି ଅରୁଣ କୁମାର ଉପ୍ରେତି ଗାଙ୍ଗଟକରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସୋରେଙ୍ଗ-ଚାକୁଙ୍ଗ ଏବଂ ରେନୋକ ନିର୍ବାଚନ ମଣ୍ଡଳୀରୁ ତାମାଙ୍ଗ ଏବଂ ତାଙ୍କ ପତ୍ନୀଙ୍କୁ ୫ ଥର ମୁଖ୍ୟମନ୍ତ୍ରୀ ଥିବା ଚାମଲିଙ୍ଗଙ୍କ ବିପକ୍ଷରେ ପ୍ରାର୍ଥୀ କରିବାକୁ ଏସକେଏମ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଛି।

ଅରିଥାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଉପରେତିଙ୍କୁ ପ୍ରାର୍ଥୀ କରାଯାଇଛି। ଏସକେଏମ ୯ ଜଣ ମନ୍ତ୍ରୀଙ୍କୁ ଟିକେଟ ଦେଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ବାଦ୍‌ ଦେଇଛି। ଶାସକ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଗୋଲେଙ୍କୁ ସୋରେଙ୍ଗ-ଚାକୁଙ୍ଗ ଆସନରୁ ବାଦ୍‌ ଦେଇଥିବା ବେଳେ ତାମାଙ୍ଗ ନିଜେ ସେଠାରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଏସକେଏମ ବିଜେପିର ତିନି ଜଣ ଦଳବଦଳକାରୀ ରାଜକୁମାରୀ ଥାପା, ସୋନମ ଭେଞ୍ଚୁଙ୍ଗପା ଏବଂ ପିନ୍‌ସତୋ ନାମଗ୍ୟାଲ ଲେପ୍‌ଚାଙ୍କୁ ଯଥାକ୍ରମେ ରଙ୍ଗାଙ୍ଗ-ୟାଙ୍ଗୟାଙ୍ଗ, ମାର୍ତମ-ରୁମେ୍‌ଟକ୍‌ ଏବଂ ଜୋଙ୍ଗୁ ଆସନରୁ ଟିକେଟ୍‌ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe