Advertisment

ଚାକିରିର ପ୍ରଥମଦିନରେ ମହିଳାଙ୍କୁ ଟାଣି ନେଲା ଯମ

Advertisment

ସିକ୍କିମର ଜଣେ ମହିଳା ଅଗ୍ନିକାଣ୍ଡର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଚାକିରିର ପ୍ରଥମଦିନରେ ମହିଳାଙ୍କୁ ଟାଣି ନେଲା ଯମ।

ସିକ୍କିମର ଜଣେ ମହିଳା ଅଗ୍ନିକାଣ୍ଡର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଚାକିରିର ପ୍ରଥମଦିନରେ ମହିଳାଙ୍କୁ ଟାଣି ନେଲା ଯମ।

L

ନୂଆଦିଲ୍ଲୀ: ସିକ୍କିମର ଜଣେ ମହିଳା ଅଗ୍ନିକାଣ୍ଡର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, କିଛିଦିନ ତଳେ ମହାରାଷ୍ଟ୍ରର ଲୋନାୱାଲାରୁ ସୁରଟ ଫେରିଥିଲେ ବେନୁ ଲିମହୋ। ସୁରଟର ଅପମାର୍କେଟ ସିଟ ଲାଇଟ ରୋଡ ଅଞ୍ଚଳରେ ଥିବା ଅମୃତା ସ୍ପା ଆଣ୍ଡ ସେଲୁନ ସେଣ୍ଟରକୁ ବେନୁ ଲିମହୋଙ୍କ ଚାକିରି ହୋଇଯାଇଥିଲା। ଚାକିରିରୁ ପ୍ରଥମ ଦିନ ସ୍ପା ସେଣ୍ଟରକୁ ଯାଇଥିବା ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡର ଶିକାର ବେନୁ ହୋଇଯାଇଥିଲେ।  

ବେନୁଙ୍କ ସହିତ ଆସିଥିବା ସାଙ୍ଗ ମନୀଷା ବି ସ୍ପା ସେଣ୍ଟରରେ ଲାଗିଥିବା ନିଆଁରେ ଜଳି ଯାଇଥିଲେ। କାରଣ ଦ୍ବାର ସେନସର ଦ୍ବାରା ଖୋଲିଥାଏ। ନିଆଁ ହେତୁ ତାହା ଆଉ କାମ କରି ପାରିଲା ନାହିଁ। ତେଣୁ ସ୍ପା ସେଣ୍ଟରର କିଛି କର୍ମଚାରୀ ବାହାରକୁ ବାହାରି ଯାଇଥିବା ବେଳେ ଆଉ କିଛିଜଣ ଭିତରେ ରହି ଯାଇଥିଲେ। ସେମାନଙ୍କ ମଧ୍ୟରେ ବେନୁ ଲିମହୋ ବି ସାମିଲ ଥିଲେ। 

ପୁଲିସ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ସହିତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ପୁଲିସ ବେନୁ ଓ ମନୀଷାଙ୍କ ପୋଡ଼ି ଯାଇଥିବା ମୃତଦେହକୁ ସ୍ପା ସେଣ୍ଟରର ଶୌଚାଳୟରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏହି ଅଗ୍ନିକାଣ୍ଡ ଘଟଣା ପରେ ସୁରଟ ପୁଲିସ ସ୍ପା ମାଲିକ ଦିଲଶାଦ ଖାନ ଓ ସନ ଜିମର ମାଲିକ ୱସିନ ମିସ୍ତ୍ରୀ ଓ ଶାହନବାଜ ମିସ୍ତ୍ରୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe