ସ୍ତ୍ରୀକୁ କମେଣ୍ଟ ମାରିବାରୁ ୩ ସହକର୍ମୀଙ୍କୁ ହତ୍ୟା କଲା ସିକିମ୍ ପୁଲିସ

Advertisment
ସ୍ତ୍ରୀକୁ କମେଣ୍ଟ ମାରିବାରୁ ୩ ସହକର୍ମୀଙ୍କୁ ହତ୍ୟା କଲା ସିକିମ୍ ପୁଲିସ

Hindustan Times

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅବସ୍ଥାପିତ ଜଣେ ସିକିମ୍ ପୁଲିସ ୩ ଜଣ ସହକର୍ମୀଙ୍କୁ ସୋମବାର ଗୁଳି କରି ହତ୍ୟା କରିଛି। ସହକର୍ମୀମାନଙ୍କର ଦୋଷ ହେଲା ସେମାନେ ଉକ୍ତ ପୁଲିସର ସ୍ତ୍ରୀକୁ କୁଆଡ଼େ ଅଶାଳୀନ କମେଣ୍ଟ ମାରିଥିଲେ। ଅଭିଯୁକ୍ତ ପ୍ରବୀଣ ରାୟକୁ ଗିରଫ କରାଯାଇଛି। ଭାରତୀୟ ରିଜର୍ଭ ବାଟାଲିୟନର ଅଂଶ ଭାବେ ପ୍ରବୀଣକୁ ୱାଟର ପ୍ଲାଣ୍ଟରେ ନିଯୁକ୍ତି ଦିଆଯାଇଥିଲା। ପୁଲିସ ଡେପୁଟି କମିସନର (ରୋହିଣୀ) ପ୍ରଣବ ତୟାଲ କହିଛନ୍ତି ଯେ ସେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଗୁଳିମାଡ଼ ଖାଇ ତିନିଜଣ ସିକିମ୍ ପୁଲିସ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିସାରିଛି। ତୃତୀୟ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଅବସ୍ଥାରେ ଅଣାଯାଇଥିବା କହିଥିଲେ। କମେଣ୍ଟ ମରାରୁ ଏହି ଘଟଣା ଘଟିଥିବା ପୁଲିସ ସ୍ବତନ୍ତ୍ର କମିସନର (ଆଇନ-ଶୃଙ୍ଖଳା) ଦେପେନ୍ଦ୍ର ପାଠକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe