The Financial Express
ଗ୍ୟାଙ୍ଗ୍ଟକ୍: ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଛାଇ ହୋଇ ଯାଇଥିବା ବେଳେ ଶନିବାର ସିକିମ୍ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସଂକ୍ରମିତ ଜଣକ ହେଉଛନ୍ତି ଦିଲ୍ଲୀ ଫେରନ୍ତା ଜଣେ ୨୫ ବର୍ଷିଅ ଛାତ୍ର। ସେ ଦିଲ୍ଲୀରେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।
ରାଜ୍ୟରେ ପ୍ରଥମ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ସାଧାରଣ ନିର୍ଦ୍ଦେଶକ ତଥା ସଂପାଦକ ପେମ୍ପା ସେରିଂ ଭୁତିଆଙ୍କ କହିବାନୁସାରେ, ‘ଛାତ୍ରଙ୍କ ଭିତରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର ରକ୍ତ ନମୁନା ସିଲିଗୁଡିଠାରେ ଥିବା ନର୍ଥ ବେଙ୍ଗଲ୍ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍କୁ ପଠାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିଥିଲା।’
The Pioneer
ଛାତ୍ର ଜଣକ ହେଉଛନ୍ତି ଦକ୍ଷିଣ ସିକିମ୍ ଜିଲ୍ଲାର ରାବଙ୍ଗଳାର ବାସିନ୍ଦା। ସେ ବର୍ତ୍ତମାନ ସାର୍ ଥୁତ୍ବ ନାମଗୟାଲ୍ ମେମୋରିଆଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତରେ ୧ ଲକ୍ଷ ୨୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୩,୭୨୦। ଏବେ ସୁଦ୍ଧା ଦେଶରୁ ୫୧ ହଜାର ୭୮୪ ଜଣ ସୁସ୍ଥ ହୋଇ ସାରିଲେଣି।
Follow Us