ଝାଡଖଣ୍ଡରୁ ନୂଆ ସିମବକ୍ସ ଠାବ: ସିପ୍ଲରସେଲ ଭଳି କାମ କରୁଥିଲା ରାଜୁ!

Advertisment
ଝାଡଖଣ୍ଡରୁ ନୂଆ ସିମବକ୍ସ ଠାବ: ସିପ୍ଲରସେଲ ଭଳି କାମ କରୁଥିଲା ରାଜୁ!

ଭୁବନେଶ୍ବର: ଝାଡଖଣ୍ଡକୁ ଲମ୍ବିଛି ସିମ ବକ୍ସର ଚେର। ଆଜି ରାଂଚିରେ ସିମ ବକ୍ସର ଗୁମର ଖୋଜିଛି କମିସନରେଟ ପୁଲିସ। ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାଡଖଣ୍ଡ ନେଇ ଚାଲିଛି ଖୋଳତାଡ। ସେଠାରୁ ୫ଟି ସିମ୍ ବକ୍ସ ସେଟଅପ୍ ମିଳିଥିବା ସୂଚନା ମିଳିଛି । ବାଂଲାଦେଶୀ ଅସଦୁର ଜମାନକୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନେଇଛି ପୁଲିସ। ଭୁବନେଶ୍ବର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଛି। ଭୁବନେଶ୍ବର, କଟକ ପରେ ଏବେ ଝାଡଖଣ୍ଡ। ଲମ୍ବିଛି ସିମବକ୍ସର ଚେର। ରିମାଣ୍ଡର ତୃତୀୟ ଦିନରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ଝାଡଖଣ୍ଡର ରାଞ୍ଚିରୁ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍‌ ଜବତ କରିଛି ତୃତୀୟ ସିମବକ୍ସ।

ଗୋଟିଏ ପରେ ଗୋଟିଏ ସିମ୍ ବକ୍ସ ଜବତ ହେବା ଏବେ ଆତଙ୍କୀ ଲିଙ୍କ ଆଡକୁ ଇଙ୍ଗିତ କରୁଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଝାଡଖଣ୍ଡର ଭଡା ଘରକୁ ମଧ୍ୟ ସିମବକ୍ସର ମାଷ୍ଟରମାଇଣ୍ଡ ଆସାଦୁର ଜମାନ ଆସିଥିବା ସୂଚନା ମିଳିଛି।

ସିମବକ୍ସ ଜରିଆରେ ଅସାଦୁର କିଛି ବଡଧରଣର ପ୍ଲାନ କରୁଥିବା ସନ୍ଦେହ କରାଯାଉଛି। ଚୀନ୍, ପାକିସ୍ତାନରୁ ଆସୁଥିବା କଲକୁ ଲୋକାଲ କଲରେ କନଭର୍ଟ କରୁଥିବାରୁ ଆତଙ୍କୀ ଲିଙ୍କ୍ ନେଇ ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି। ତେଣୁ, କମିଶନରେଟ ପୁଲିସ ଆସାଦୁରକୁ ଗିରଫ କରିବାକୁ ନେଇଛି ଇଣ୍ଟରପୋଲର ସହାୟତା
ଆତଙ୍କୀ ଲିଙ୍କ୍ ନେଇ ପୂରା ମାମଲାର ତଦନ୍ତ କରିବାକୁ ଭୁବନେଶ୍ବର ଆସିବ ଏନଆଇଏ ଟିମ୍। ବାଂଲାଦେଶରୁ ସିମବକ୍ସର ଅପରେଟ ହେଉଥିବାରୁ ଜାତୀୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ରାଜୁର ରିମାଣ୍ଡ ଶେଷ ହେବାକୁ ଆହୁରି ୨ ଦିନ ବାକି ଅଛି। ତେଣୁ ଏହି ସମୟରେ ପୋଲିସ ରାଜୁ ମୁହଁରୁ ଆଉ କିଛି ସତ ଓଗାରିବାକୁ ଚେଷ୍ଟା କରିବ କମିଶରେଟ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe