ଚର୍ଚ୍ଚାରେ ଥିଲା ସିମୋଗା ଆସନ

Advertisment
ଚର୍ଚ୍ଚାରେ ଥିଲା ସିମୋଗା ଆସନ

ବେଙ୍ଗାଲୁରୁ: କର୍ଣ୍ଣାଟକର ସିମୋଗା ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଏହି ଆସନ ଉପରେ ରାଜ୍ୟର ୩ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଖି ପକାଇଥିଲେ। ପୂର୍ବ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କ ପୁଅ ବି ୱାଇ ରାଘବେନ୍ଦ୍ର, ପୂର୍ବ ମୁଖ୍ୟମନ୍ତ୍ରୀ ଏସ୍‌ ବଙ୍ଗରପ୍ପାଙ୍କ ପୁଅ ମଧୁ ବଙ୍ଗରପ୍ପା ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ‌ଜେ ଏଚ୍‌ ପଟେଲଙ୍କ ପୁଅ ମହିମା ପଟେଲ୍‌ ଏଥିପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହାକୁ ନେଇ ରାଜନୀତି ସରଗରମ ରହିଥିଲା। ଭୋଟର୍‌ଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ବିଜେପି ନେତା ବି ୱାଇ ରାଘବେନ୍ଦ୍ର ୫୨,୧୪୮ ଭୋଟ୍‌ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜେଡିଏସ୍‌ ପ୍ରାର୍ଥୀ ମଧୁ ବଙ୍ଗରପ୍ପାଙ୍କୁ ପରାଜିତ କରିଛନ୍ତି। ତେବେ ରାଘବେନ୍ଦ୍ରଙ୍କ ପୂର୍ବରୁ ତାଙ୍କ ପିତା ବି ଏସ୍‌ ୟେଦୁରପ୍ପା ପାଖାପାଖି ୩ ଲକ୍ଷ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଆସୁଥିଲେ।
ଅନ୍ୟପକ୍ଷରେ ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ୍‌ ପ୍ରାର୍ଥୀ ଏଲ୍‌ ଆର୍‌ ଶିବରାମ୍ମେଗୌଡ଼ା ୩,୨୪,୯୪୩ ଭୋଟ୍‌ରେ ପ୍ରତିଦ୍ବନ୍ଦ୍ବୀ ବିଜେପିର ଡି ଆର୍‌ ସିଦ୍ଦରମୈୟାଙ୍କୁ ପରାଜିତ କରିଛନ୍ତି। ସେହିଭଳି ବେଲାରିରେ କଂଗ୍ରେସ ପ୍ରାର୍ଥୀ ଭି ଏସ୍ ଉଗ୍ରପ୍ପା ୨,୪୧,୬୫୬ ଭୋଟ୍‌ ବ୍ୟବଧାନରେ ବିଜୟ ହ‌ାସଲ କରିଛନ୍ତି। ଜେ ଶାନ୍ତାଙ୍କୁ ସେ ପରାଜିତ କରିଛନ୍ତି। ନଭେମ୍ବର ୩ ତାରିଖରେ କର୍ଣ୍ଣାଟକରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe