ନିଜର ଏକମାତ୍ର ସ୍ବପ୍ନ ବିଷୟରେ ଜଣାଇଲେ ଦାମୀ ଖେଳାଳି  ସିମରନ

କିଛିଦିନ ହେବ ସିମରନ ଶେଖ ଚର୍ଚ୍ଚାର ପରିସରରେ ରହିଛନ୍ତି। ମହିଳା ପ୍ରିମିୟର ଲିଗ୍ ୨୦୨୫ ପାଇଁ ଅନୁଷ୍ଠିତ ନିଲାମରେ ସିମରନଙ୍କୁ ଗୁଜୁରାଟ ଜିଆଣ୍ଟସ୍  ୧.୯କୋଟି ଟଙ୍କାରେ କ୍ରୟ କରିଛି।

କ


ନୂଆଦିଲ୍ଲୀ: କିଛିଦିନ ହେବ ସିମରନ ଶେଖ ଚର୍ଚ୍ଚାର ପରିସରରେ ରହିଛନ୍ତି। ମହିଳା ପ୍ରିମିୟର ଲିଗ୍ ୨୦୨୫ ପାଇଁ ଅନୁଷ୍ଠିତ ନିଲାମରେ ସିମରନଙ୍କୁ ଗୁଜୁରାଟ ଜିଆଣ୍ଟସ୍  ୧.୯କୋଟି ଟଙ୍କାରେ କ୍ରୟ କରିଛି।।

ଏହି କ୍ରୟ ପ‌ରେ ମୁମ୍ବାଇରୁ ଆସିଥିବା ସବୁଠାରୁ ଦାମୀ ଖେଳାଳି ସିମରନ୍ ଶେଖ ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏହି ସ୍ଥାନରେ ପହଞ୍ଚିବା ମୋ ପକ୍ଷେ ସହଜ ନଥିଲା। କାରଣ ଆମ ସମ୍ପ୍ରଦାୟର ଲୋକମାନେ ଏହିପରି ଜିନିଷକୁ ସମର୍ଥିତ କରନ୍ତି ନାହିଁ। ତେଣୁ ଏହି ସଫଳତା ପାଇବା ପାଇଁ ମୋତେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଛି। 

ଅଧିକପଢ଼ନ୍ତୁ:ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ପୁଣି ୩ ଏତଲାକାରୀ ଓହରିଲେ

ମୋ ଉପରେ ବିଶ୍ବାସ ରଖିଥିବାରୁ ମୁଁ ଗୁଜୁରାଟ ଜିଆଣ୍ଟସକୁ ଧନ୍ୟବାଦ ଜଣାଉଛି। ଏତେ ପରିମାଣର ଅର୍ଥ ପାଇବା ପରେ ସେମାନଙ୍କ ପାଇଁ ଖେଳିବା ମୋର ଦାୟିତ୍ବ। 

ମୁଁ  ମୋର ପିତାମାତାଙ୍କୁ ଅଶେଷ ଧନ୍ୟବାଦ ଦେବାକୁ ଚାହିଁବି କାରଣ  ଯେତେ ବାଧାବିଘ୍ନ ଆସିଥିଲେ ବି ସେମାନେ ମୋତେ ସର୍ବଦା ସମର୍ଥନ କରି ଆସିଛନ୍ତି।  ମୋର ଅନେକ ଦିନରୁ  ଏକ ସ୍ୱପ୍ନ ରହିଛି। ସେ ସ୍ବପ୍ନଟି ହେଉଛି ମୋ ଆଖି ସାମ୍ନାରେ ବିରାଟ କୋହଲିଙ୍କୁ ଥରେ ଦେଖିବା ପାଇଁ। 

ଅଧିକପଢ଼ନ୍ତୁ:ନିଖୋଜ ଶୁଆକୁ ଖୋଜି ଆଣିଲେ ମିଳିବ ଲକ୍ଷେ ଟଙ୍କାର ପୁରସ୍କାର

ସୂଚନାଯୋଗ୍ୟ ଯେ ସିମରନ୍ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୮୦ଟି ଟି -୨୦ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚଗୁଡ଼ିକରେ ସେ ହାରାହାରି ୩୪.୭୩ ରନ ଏବଂ ଷ୍ଟ୍ରାଇକ୍ ରେଟ୍ ୧୬୯.୭୮ରେ ୧୫୨୮ ରନ୍ କରିଛନ୍ତି। ଷ୍ଟ୍ରାଇକ୍ ହାରରୁ ଏହା ସ୍ପଷ୍ଟ ହୋଇଛି ଯେ ସିମରନ୍ ଦ୍ରୁତ ବ୍ୟାଟିଂ ପାଇଁ ଜଣାଶୁଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe