ଗୋଟିଏ ରନୱେରେ ଏକସମୟରେ ୨ ବିମାନର ଉଡ଼ାଣ ଓ ଅବତରଣ

Advertisment
ଗୋଟିଏ ରନୱେରେ ଏକସମୟରେ ୨ ବିମାନର ଉଡ଼ାଣ ଓ ଅବତରଣ

ମୁମ୍ବାଇ: ଏୟାର ଇଣ୍ଡିଆର ଏକ ବିମାନ ଯେଉଁ ରନୱେରୁ ଉଡ଼ାଣ ଭରିଥିଲା ସେହି ରନୱେରେ ହିଁ କିଛି ସେକେଣ୍ଡ ଭିତରେ ଇଣ୍ଡିଗୋ ବିମାନ ଅବତରଣ କରିବା ପରେ ଗତକାଲି ମୁମ୍ବାଇ ବିମାନବନ୍ଦରରେ ଶତାଧିକ ଯାତ୍ରୀ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଜଣେ ଅଧିକାରୀଙ୍କୁ ବହିଷ୍କାର କରିଛି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଉଭୟ ବିମାନ ଗୋଟିଏ ରନୱେରେ ନଜର ଆସିଛନ୍ତି। ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଭରିବାର କିଛି କ୍ଷଣ ପରେ ଇଣ୍ଡିଗୋ ବିମାନ ଅବତରଣ କରୁଥିବା ଦେଖିବାକୁ ମିଳିଛି। ଇଣ୍ଡିଗୋ ବିମାନଟି ଇନ୍ଦୋରରୁ ମୁମ୍ବାଇ ଆସିଥିବା ବେଳେ ଏୟାର ଇଣ୍ଡିଆର ବିମାନଟି କେରଳର ତିରୁଅନନ୍ତପୁରମ ଅଭିମୁଖେ ଉଡ଼ାଣ ଭରିଥିଲା। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଇନ୍ଦୋର-ମୁମ୍ବାଇ ବିମାନର ପାଇଲଟ ଏଟିସିର ନିର୍ଦ୍ଦେଶ ପାଳନ କରିଛନ୍ତି। ଜୁନ୍ ୮, ୨୦୨୪ରେ ଇନ୍ଦୋରରୁ ଆସୁଥିବା ଇଣ୍ଡିଗୋ ବିମାନ ୬ଇ ୬୦୫୩କୁ ଏଟିସି ମୁମ୍ବାଇ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ଦେଇଥିଲା। ଏୟାର ଇଣ୍ଡିଆ ମଧ୍ୟ କହିଛି ଯେ ଏଟିସି ଏହାର ବିମାନକୁ ଉଡ଼ାଣ ପାଇଁ ଅନୁମତି ଦେଇଥିଲା। ବିମାନଗୁଡ଼ିକୁ ଦିଆଯାଇଥିବା କ୍ଳିୟରାନ୍ସ ସମ୍ପର୍କରେ ଅଧିକ ଜାଣିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe