ଉଦ୍ଧବ ସରକାରଙ୍କ ପର୍ଦ୍ଦାଫାଶ୍ କଲେ ସିନ୍ଦେ, କହିଲେ ଷଡ଼ଯନ୍ତ୍ର ରଚାଯାଇଥିଲା କାହା ପାଇଁ ?

Advertisment
ଉଦ୍ଧବ ସରକାରଙ୍କ ପର୍ଦ୍ଦାଫାଶ୍ କଲେ ସିନ୍ଦେ, କହିଲେ ଷଡ଼ଯନ୍ତ୍ର ରଚାଯାଇଥିଲା କାହା ପାଇଁ ?

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ଏକ ଗୁପ୍ତକାର୍ଯ୍ୟର ପର୍ଦ୍ଦାଫାଶ୍ କରିଛନ୍ତି। ସିନ୍ଦେ କହିଛନ୍ତି ଉଦ୍ଧବଙ୍କ ତତ୍କାଳୀନ ସରକାର ବିଜେପିର ଶୀର୍ଷ ନେତାମାନଙ୍କୁ ଗିରଫ କରିବା ଲାଗି ଷଡ଼ଯନ୍ତ୍ର ରଚିଥିଲେ। ସେସବୁ ନେତାଙ୍କ ତାଲିକାରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ନାମ ମଧ୍ୟ ଥିଲା। ଏହା ସହିତ ଉଦ୍ଧବ ସରକାର ଶୀଘ୍ର ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥି‌ଲେ।

ଏକ ସକ୍ଷାତକାରରେ ସିନ୍ଦେ କହିଛନ୍ତି ପୂର୍ବତନ ଏମଭିଏ ସରକାର ଆଶିଷ ସେଲାର, ଗିରିଶ ମହାଜନ, ପ୍ରବୀଣ ଦାରେକର ଏବଂ ଫଡ଼ନାଭିସଙ୍କୁ ଜୁନ୍ ୨୦୨୨ରେ ଗିରଫ କରିବା ଲାଗି ଷଡ଼ଯନ୍ତ୍ର ରଚାଯାଇଥିଲା। ଏହା ସହିତ କେତେକ ବିଜେପି ବିଧାୟକଙ୍କୁ ନିଜ ପଟକୁ ଆଣିବାକୁ ଉଦ୍ଧବ ସରକାର ଗୁପ୍ତ ଅପରେସନ ଚଳାଇଥିଲେ। ଉଦ୍ଧବଙ୍କ ସ୍ବପ୍ନ ଥିଲା କିଭଳି ମୁଖ୍ୟମନ୍ତ୍ରୀ ହେବେ। ଏନେଇ ବ୍ଲୁପ୍ରିଣ୍ଟ ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିଲା। ବାଲା ସାହେବ ଠାକ‌େରେଙ୍କ ପରି କିଙ୍ଗ୍ ମେକର ହେବା ପରିବର୍ତ୍ତେ ଉଦ୍ଧବ ନିଜେ କିଙ୍ଗ୍ ହେବାକୁ ଚାହୁଁଥିଲେ।

ଉଦ୍ଧବ ସରକାରରେ ମନ୍ତ୍ରୀ ଥିବା ସମୟରେ ସବୁବେଳେ ଅପମାନ ସହିବାକୁ ପଡୁଥିଲା ବୋଲି ସିନ୍ଦେ କହିଛନ୍ତି। ଠାକରେ ପରିବାର ବିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟରେ ମଧ୍ୟ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି।

ସହରୀ ବିକାଶ ମନ୍ତ୍ରୀ ଥିଲେ ମଧ୍ୟ ସ୍ବାଧୀନ ଭାବେ କାମ କରିବାକୁ ତାଙ୍କୁ ଦିଆଯାଉ ନଥିବା ସିନ୍ଦେ କହିଛନ୍ତି। ଆଦିତ୍ୟ ଠାକରେ ବିନା ଅଧିକାରରେ ମନ୍ତ୍ରୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe