ଠାଣେ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ତାଙ୍କ ମନରେ କୌଣସି ଚିନ୍ତା ନ ରଖିବାକୁ କହିଛି। ସିଏମ୍ ପଦବୀ ଉପରେ ଦାବି ତ୍ୟାଗ କରି ସେ କହିଛନ୍ତି ଯେ ମୁଁ ବିଜେପିର ମୁଖ୍ୟମନ୍ତ୍ରୀ ନେତୃତ୍ବକୁ ଗ୍ରହଣ କରୁଛି। ମୁଁ ବିଜେପିର ସିଏମ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବି।
ସେ କହିଛନ୍ତି ଯେ, ମହାରାଷ୍ଟ୍ରର ବିକାଶ ପାଇଁ ମୁଁ କାର୍ଯ୍ୟ କରିବି। ସେ କହିଛନ୍ତି, ମୁଁ ଲୋକପ୍ରିୟତା ପାଇଁ ନୁହେଁ ବରଂ ମହାରାଷ୍ଟ୍ରର ଲୋକଙ୍କ ପାଇଁ କାମ କରିଛି। ମତେ ସମର୍ଥନ କରିଥିବାରୁ ମୁଁ ପିଏମ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସିନ୍ଦେ କହିଛନ୍ତି ମୁଁ କାନ୍ଦୁଥିବା ଲୋକଙ୍କ ମଧ୍ୟରେ ନୁହେଁ, ମୁଁ ଲଢ଼େଇ କରୁଥିବା ଲୋକ। ମୁଁ ଅସନ୍ତୁଷ୍ଟ କି ଦୁଃଖିତ ନୁହେଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିଷ୍ପତ୍ତି ଗ୍ରହଣ କରିବି।
ମୁଁ ଜଣେ ସାଧାରଣ ଲୋକ ଭାବରେ କାମ କରିଛି। ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବୋଲି ସେ କହିଛନ୍ତି। ସର୍ବପ୍ରଥମେ ମୁଁ ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛି। ଆମେ ପୂର୍ବରୁ ଏତେ ବଡ଼ ସଂଖ୍ୟାଗରିଷ୍ଠତା ପାଇ ନ ଥିଲୁ। ମହାୟୁତିର କାର୍ଯ୍ୟରେ ଜନସାଧାରଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଆମେ କାମକୁ ପୁନଃ ଆରମ୍ଭ କରିଥିଲୁ ଯାହା ଏମଭିଏ ବନ୍ଦ କରିଥିଲା। ଆମେ କଲ୍ୟାଣକାରୀ ଯୋଜନା ଆଣିଥିଲୁ। ଏହି କାରଣରୁ ଆମେ ଏକ ବୃହତ ସଂଖ୍ୟାଗରିଷ୍ଠତା ପାଇଲୁ। ସମସ୍ତ କର୍ମୀମାନେ ମଧ୍ୟ ବହୁତ ପରିଶ୍ରମ କରିଥିଲେ।
ଜଣେ ସିଏମ୍ ହୋଇ ମୁଁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କାମ କରି ଚାଲିଥିଲି। ମୁଁ ବୁଝିପାରିଥିଲି ସାଧାରଣ ଲୋକ କେଉଁଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଁ ଜଣେ ସାଧାରଣ ଲୋକ ଭାବରେ କାମ କରିଥିଲି। ଆମେ ଯାହା ବି କାମ କରିଥିଲୁ, ଆମେ ମହାରାଷ୍ଟ୍ରର ଲୋକଙ୍କ ପାଇଁ କରିଥିଲୁ।
ସିନ୍ଦେ କହିଛନ୍ତି ଯେ ଲୋକ ପରିବାର କିପରି ଚାଲିଛି ମୁଁ ଦେଖିଛି। ମୁଁ ଭାବିଲି ଯଦି ଆମେ କ୍ଷମତା ପାଉ, ତେବେ ଆମେ ଗରିବ ପରିବାର ପାଇଁ ଏକ ଯୋଜନା ଆଣିବୁ। ଏହା ପରେ ଲାଡଲି ବହେନ୍, ଲାଡଲି ଶେତକାରି ଏବଂ ଲାଡଲା ଭାଇ ଯୋଜନାରେ କାମ କରିଥିଲୁ। ସରକାର ଲୋକଙ୍କ ପାଇଁ କାମ କରିଛନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ପ୍ରଦାନ କରିଛନ୍ତି।
#Live l 27-11-2024 📍ठाणे
— Eknath Shinde - एकनाथ शिंदे (@mieknathshinde) November 27, 2024
📡 पत्रकार परिषदेतून लाईव्ह
https://t.co/VmH4C3lRNt
ଆମକୁ ଯାହା ଶିଖାଯାଇଥିଲା ତାହା କରିଥିଲୁ। ପିଏମ୍ ମୋଦୀ କହିଥିଲେ ଯେ, ତୁମେ କାମ କର, ଆମେ ତୁମ ପଛରେ ପଥର ପରି ଛିଡା ହୋଇଛୁ। ଯୋଜନାରେ ମଧ୍ୟ ମୁଁ ତାଙ୍କ ସାହାଯ୍ୟ ନେଇ ରାଜ୍ୟର ପ୍ରଗତିର ସ୍ତର ବଢ଼ାଇଥିଲି। ପିଏମ୍ ମୋଦୀ ଏବଂ ଅମିତ ଶାହ ସବୁବେଳେ ମୋ ସହ ଛିଡା ହୋଇଥିଲେ। ଆମେ ରାଜ୍ୟକୁ ଏକ ନମ୍ବରକୁ ଆଣିଛୁ। ଆମେ ଜନସାଧାରଣଙ୍କ ପାଇଁ ୧୨୪ ନିଷ୍ପତ୍ତି ନେଇଛୁ। ଆମେ କରିଥିବା କାର୍ଯ୍ୟ ଯୋଗୁ ଏହି ନିଷ୍ପତ୍ତି ଆସିଲା।
ଅଧିକ ପଢ଼ନ୍ତୁ: ରାତି ଅନ୍ଧାରରେ ପ୍ରଦର୍ଶନକାରୀଙ୍କୁ ଗୋଡ଼ାଇ ପିଟିଲା ପାକିସ୍ତାନୀ ସେନା
ଇତି ମଧ୍ୟରେ ବିଜେପି ହାଇକମାଣ୍ଡ ଦେବେନ୍ଦ୍ର ଫଡନାଭିସଙ୍କୁ ଦିଲ୍ଲୀ ଡାକିଛନ୍ତି। ଏହା ବ୍ୟତୀତ ଶିବସେନା ଏବଂ ଏନସିପି ନେତାମାନେ ମଧ୍ୟ ଦିଲ୍ଲୀ ଯିବେ। ଫଡନାଭିସ୍ କହିଛନ୍ତି ଯେ ଗ୍ରାଣ୍ଡ ଆଲାଇନ୍ସର ସମସ୍ତ ତିନୋଟି ଦଳ ଏକାଠି ସରକାର ଗଠନ କରିବେ। ଅଜିତ ପାୱାର ସିଏମ୍ ଦୌଡ଼ରୁ ବାହାରିଛନ୍ତି। ସେ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ ଜଣାଇଛନ୍ତି। ଅଜିତ ପାୱାର ଗତ ଚାରି ଦିନ ଧରି ସିଏମ୍ ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି।
ବିଜେପି ନେତା ସୁଧୀର ମୁଙ୍ଗେଟୱାର କହିଛନ୍ତି ଯେ ଦଳ ୧୩୨ଟି ଆସନ ସହ ଏକ ବଡ଼ ବିଜୟ ହାସଲ କରିଛି। ଖୁବ୍ ଶୀଘ୍ର ସିଏମ୍ଙ୍କ ନାମ ଘୋଷଣା କରାଯିବ। ସୂଚନାନୁସାରେ, ସିଏମ୍ ପଦ ଛାଡିବା ବଦଳରେ ଏକନାଥ ସିନ୍ଦେ ଗୃହ ମନ୍ତ୍ରଣାଳୟ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ଗାଜାରେ ଲେଜର ଯୁଦ୍ଧ!: ସୁରକ୍ଷା ପାଇଁ ଇସ୍ରାଏଲ 'ଆଇରନ୍ ବିମ୍' ସିଷ୍ଟମ କିଣିବ