ମୁମ୍ବାଇ: ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ମଙ୍ଗଳବାର କହିଛନ୍ତି ମହା ଭିକାଶ ଏବେ ମଧ୍ୟ ପ୍ରକାଶ ଆମ୍ବେଡ଼କରଙ୍କ ନେତୃତ୍ବାଧୀନ ବଞ୍ଚିତ ବହୁଜନ ଅଘାଡ଼ି(ଭିବିଏ) ସହିତ ଆସନ ବୁଝାମଣା ନେଇ ଆଶା ରଖିଛି। ଭିବିଏ ପୂର୍ବରୁ କେତେକ ଲୋକସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛି। ଗଣମାଧ୍ୟମ ସହିତ ଆଲୋଚନା ସମୟରେ ସଞ୍ଜୟ ନିର୍ବାଚନରେ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନ (ଇଭିଏମ୍)କୁ ହଟାଇବା ଏବଂ ଏହା ବଦଳରେ ମତପତ୍ର ଦ୍ବାରା ଭୋଟିଂ କରିବା ଦାବିକୁ ଦୋହରାଇଛନ୍ତି।
ଇଭିଏମ୍ ଦ୍ବାରା ନିର୍ବାଚନକୁ ମୁଁ ପୂର୍ବରୁ ବିରୋଧ କରୁଥିଲି ଏବଂ ଏବେ ମଧ୍ୟ ତାହା ଜାରି ରହିଛି। ଏହା ମାଧ୍ୟମରେ ଅନିୟମିତତା ହେଉଥିବା ସେ କହିଛନ୍ତି। ଇଭିଏମ୍ ଦ୍ବାରା ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ଜରୁରୀ। ଏହା ଦେଶର ପ୍ରକୃତ ଜନାଦେଶ ପ୍ରକାଶ କରି ନ ଥାଏ।
ଏହା ସହିତ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସିନ୍ଦେ ଶୀଘ୍ର ନିଜର କ୍ଷମତା ହରାଇବାକୁ ଯାଉଛନ୍ତି। ତାଙ୍କଠାରୁ ପଦବୀ ଛଡ଼ାଇ ନିଆଯିବ। ଆମ ଦଳର କବାଟ ସବୁବେଳ ପାଲଁ ସିନ୍ଦେଙ୍କ ଲାଗି ବନ୍ଦ ହୋଇ ଯାଇଛି। ତାଙ୍କ ଭଳି ନେତାଙ୍କୁ ବିଶ୍ବାସ କରିବା କଷ୍ଟକର ବୋଲି ସଞ୍ଜୟ କହିଛନ୍ତି।
ବିଜେପି ହାତରେ କାଠକଣ୍ଢେଇ ପାଲଟିଥିବା ସିନ୍ଦେ ଖୁବ୍ ଶୀଘ୍ର ନିଜେ କରିଥିବା କର୍ମର ଫଳ ଭୋଗୀବାକୁ ଯାଉଛନ୍ତି। ସେ କରିଥିବା ବିଶ୍ବାସ ଘାତକତାର ଜବାବ୍ ପାଇବେ ବୋଲି ସଞ୍ଜୟ କହିଛନ୍ତି।
Follow Us