ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିନ୍ଦେ; ବିଜେପି ସହ ମେଣ୍ଟ ଭାଙ୍ଗିବା ପାଇଁ ଉଦ୍ଧବଙ୍କୁ ଦାୟୀ କଲେ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିନ୍ଦେ; ବିଜେପି ସହ ମେଣ୍ଟ ଭାଙ୍ଗିବା ପାଇଁ ଉଦ୍ଧବଙ୍କୁ ଦାୟୀ କଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନ‌ାବିସ୍ ଶନିବାର ନୂଆଦିଲ୍ଲୀ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସିନ୍ଦେ କହିଛନ୍ତି ଯେ ମହାରାଷ୍ଟ୍ରକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ନିମନ୍ତେ ସେ ନିଷ୍ଠାର ସହ କାମ କରିବେ। ଏକ ଦଳୀୟ ବିଦ୍ରୋହ ମାଧ୍ୟମରେ ଉଦ୍ଧବ ଠାକରେଙ୍କ ମେଣ୍ଟ ସରକାରକୁ ଭାଙ୍ଗି ସିନ୍ଦେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବାର ପ୍ରାୟ ଏକ ସପ୍ତାହ ପରେ ଏହା ତାଙ୍କର ପ୍ରଥମ ନୂଆଦିଲ୍ଲୀ ଗସ୍ତ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଦୁଇ ନେତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ୍ କରିଥିଲେ।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭାଙ୍ଗିବା ପାଇଁ ଉଦ୍ଧବଙ୍କୁ ଦାୟୀ କରି ସିନ୍ଦେ କହିଛନ୍ତି ଯେ ସ୍ବାଭାବିକ ସହଯୋଗୀ ବିଜେପି ସହ ପୁଣି ମେଣ୍ଟ ପାଇଁ ସେ ଅନେକ ଥର କହିଥିଲେ, କିନ୍ତୁ ଉଦ୍ଧବ ଏହାକୁ କର୍ଣ୍ଣପାତ କରିନଥିଲେ। ମହାରାଷ୍ଟ୍ର କ୍ୟାବିନେଟ୍‌ ଗଠନର ଅବ୍ୟବହିତ ପୂର୍ବରୁ ଦୁଇ ନେତା ଦିଲ୍ଲୀ ଆସିବା ପଛର କାରଣ ନେଇ ଶୁଣିବାକୁ ମିଳୁଛି ଯେ, ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଲା ପରେ କ୍ୟାବିନେଟ୍‌ର ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦବୀ ବିଜେପି ନିଜ ହାତରେ ରଖିବାକୁ ଚହୁଛି। ଶୁକ୍ରବାର ସିନ୍ଦେ ଓ ଫଡ଼ନାବିସ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ଶାହ ଟ୍ବିଟ୍ କରିଥିଲେ ଯେ ଉଭୟ ନେତା ନିଷ୍ଠାର ସହ ଲୋକଙ୍କ ସେବା କରିବେ ଏବଂ ତାଙ୍କ ଅଧୀନରେ ମହାରାଷ୍ଟ୍ର ଉନ୍ନତିର ନୂଆ ଶିଖରକୁ ଯିବ ବୋଲି ତାଙ୍କର ବିଶ୍ବାସ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe