ସିନ୍ଧିଆ ‘୨୪ କ୍ୟାରେଟ ଗଦ୍ଦାର’: ଜୟରାମ ରମେଶ

Advertisment
ସିନ୍ଧିଆ ‘୨୪ କ୍ୟାରେଟ ଗଦ୍ଦାର’: ଜୟରାମ ରମେଶ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜୟରାମ ରମେଶ ଆଜି ପୂର୍ବତନ କଂଗ୍ରେସ ‌ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଅତି କଡ଼ା ମନ୍ତବ୍ୟ ଦେଇଛନ୍ତି। ଜୟରାମ କହିଛନ୍ତି, କପିଲ ସିବଲଙ୍କ ପରି ଲୋକ ଯିଏ କି ଦଳ ଛାଡ଼ିବାପରେ ବି ମର୍ଯ୍ୟାଦା ରକ୍ଷା କରି ନିରବ ରହିଛନ୍ତି, ତାଙ୍କୁ ଦଳକୁ ଫେରିବାପାଇଁ ଅନୁମତି ଦିଆଯିବ। କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ହିମନ୍ତ ବିଶ୍ବ ଶର୍ମାଙ୍କ ପରି ଲୋକଙ୍କୁ ଦଳକୁ ପୁଣି ଫେରିବାପାଇଁ ଅନୁମତି ମିଳିବନାହିଁ। ଜୟରାମ ରମେଶ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ ‘୨୪ କ୍ୟାରେଟ ଗଦ୍ଦାର’ ବୋଲି କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଅବସରରେ ଜୟରାମ ଏହି ଟିପ୍ପଣୀ ଦେଇଛନ୍ତି।

ଦଳ ଛାଡ଼ିଥିବା କୌଣସି ପ୍ରମୁଖ ନେତା ଯଦି ଦଳକୁ ଫେରିବାକୁ ଚାହିବେ ତେବେ ଦଳ କ’ଣ କରିବ ବୋଲି ପ୍ରଶ୍ନ କରାଯିବାରୁ ଏହାର ଉତ୍ତର ଦେଇ ରମେଶ କହିଛନ୍ତି, ମୁଁ ଭାବୁଛି କଂଗ୍ରେସ ଛାଡ଼ିଥିବା ଲୋକଙ୍କୁ ଆଉ ଦଳରେ ସ୍ବାଗତ କରାଯିବନି। କିଛି ଲୋକ ଅଛନ୍ତି ଯେଉଁମା‌ନେ ଦଳ ଛାଡ଼ିଛନ୍ତି ଏବଂ ଦଳକୁ ଅପମାନିତ କରିଛନ୍ତି। ତେଣୁ ସେମାନଙ୍କୁ ଦଳକୁ ଫେରାଇ ଆଣିବା ଉଚିତ ନୁହେଁ। ଆଉ କିଛି ଲୋକ ଅଛନ୍ତି ଯେଉଁମ‌ାନେ ଦଳ ଛାଡ଼ିଲେ ବି କଂଗ୍ରେସ ଏବଂ କଂଗ୍ରେସର ନେତୃବୃନ୍ଦଙ୍କ ସଂକ୍ରାନ୍ତରେ ସମ୍ମାନର ସହ ଚୁପ୍‌ ରହିଛନ୍ତି। ଏଭଳି ଲୋକଙ୍କୁ ଦଳକୁ ସ୍ବାଗତ କରାଯିବ କିନ୍ତୁ ଦଳ ଛାଡ଼ିବାପରେ ଯେଉଁମାନେ ଦଳକୁ ଗୋଇଠା ମାରିଛନ୍ତି ସେମାନଙ୍କୁ ଦଳ କଦାପି ଗ୍ରହଣ କରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe