ସିଧୁଙ୍କୁ ମାଙ୍କଡ଼ କହିଲେ ସୁଖବୀର

Advertisment
ସିଧୁଙ୍କୁ ମାଙ୍କଡ଼ କହିଲେ ସୁଖବୀର

ହାଇଦ୍ରାବାଦ୍‌: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୧୯୮୪ ମସିହା ଶିଖ୍‌ ବିରୋଧୀ ଆନ୍ଦୋଳନ ନେଇ ଆକ୍ରମଣ କରିବାର କିଛିଦିନ ପରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ପୁନର୍ବାର କ୍ରିକେଟରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଧୁୁଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ସିଧୁଙ୍କୁ ଆଜି ସୁଖବୀର ମାଙ୍କଡ଼ ବୋଲି କହିଛନ୍ତି। କଂଗ୍ରେସ ନେତା ସିଧୁ ଶିଖ୍‌୍‌ ସ୍ମୃତିସ୍ତମ୍ଭଗୁଡ଼ିକୁ ଅପମାନିତ କରୁଥିବା ଅଭିଯୋଗ ଆଣି ବାଦଲ କହିଛନ୍ତି ଯେ ସିଧୁ ଜଣେ ମାଙ୍କଡ଼ ସଦୃଶ। ସେ କହିଛନ୍ତି ଆମ ଦ୍ୱାରା ନିର୍ମାଣ ହୋଇଥିବା ଶିଖ୍‌ ସ୍ମୃତିସ୍ତମ୍ଭ ତଥା ‘ବିରାସତ ଏ ଖାଲ୍‌ସା’କୁ ସେ ଧଳା ହାତୀ କହି ଅପମାନିତ କରିଥିବାରୁ ସେ ଜଣେ ମାଙ୍କଡ଼ ସଦୃଶ। ପଞ୍ଜାବ୍‌ର ଲୁଧିଆନା ସହରରେ ଏକ ଜନ ସମାବେଶରେ ଉଦ୍‌ବୋଧନ ଦେଇ ସୁଖବୀର ସିଧୁଙ୍କୁ ମାଙ୍କଡ଼ କହିଛନ୍ତି।

ଉଲ୍ଲେଖଯୋଗ୍ୟ ପୂର୍ବତନ ଅକାଳି ସରକାର ଦ୍ୱାରା ସିଖ୍‌ ଧର୍ମ ଉପରେ ଗଢ଼ି ଉଠିଥିବା ଆନନ୍ଦପୁର ସାହେବ୍‌ର ‘ବିରାସତ୍‌ ଏ ଖାଲ୍‌ସା’ର ରକ୍ଷଣାବେକ୍ଷଣ ପାଇଁ ସରକାର ବାର୍ଷିକ ୧୨ କୋଟି ଟଙ୍କା ଖର୍ଚ୍ଚ କରୁଥିବାରୁ ଏହା ଏକ ଧଳା ହାତୀରେ ପରିଣତ ହୋଇଛି ବୋଲି ପଞ୍ଜାବ୍‌ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଗତବର୍ଷ କହିଥିଲେ। ସିଧୁଙ୍କ ଏହି ବୟାନ ବିରୋଧରେ ସୁଖବୀର ଆଜି ତାଙ୍କୁ ମାଙ୍କଡ଼ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe