କେଜ୍ରିୱାଲ୍‌ଙ୍କ ନୂଆ ‘ଭେରିଆଣ୍ଟ୍‌’ କୋଭିଡ୍‌-୧୯ ଟୁଇଟ୍‌: ‘ବିଭ୍ରାନ୍ତିକର ସୂଚନା ନି‌ରୋଧୀ ଆଇନ’ ପ୍ରଣୟନ କଲା ସିଙ୍ଗାପୁର

Advertisment
କେଜ୍ରିୱାଲ୍‌ଙ୍କ ନୂଆ ‘ଭେରିଆଣ୍ଟ୍‌’ କୋଭିଡ୍‌-୧୯ ଟୁଇଟ୍‌: ‘ବିଭ୍ରାନ୍ତିକର ସୂଚନା ନି‌ରୋଧୀ ଆଇନ’ ପ୍ରଣୟନ କଲା ସିଙ୍ଗାପୁର

Image Courtesy of Zee News

ନୂଆଦିଲ୍ଲୀ: ‘ସିଙ୍ଗାପୁରର ନୂଆ ‘ଭେରିଆଣ୍ଟ୍‌’ କରୋନାଭାଇରସ୍‌ ସଂକ୍ରାନ୍ତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଟୁଇଟ୍‌ କରିବାର ଦିନକ ପରେ ସିଙ୍ଗାପୁର ସରକାର ‘ପ୍ରୋଟେକ୍‌ସନ୍‌ ଫ୍ରମ୍‌ ଅନ୍‌ଲାଇନ୍‌ ଫଲ୍‌ସ୍‌ହୁଡ୍‌ସ୍‌ ଆଣ୍ଡ୍‌ ମ୍ୟାନିପୁଲେସନ୍‌ ଆକ୍ଟ୍‌’ ବା ‘ପୋଫ୍‌ମା’ ପ୍ରଣୟନ କରିଛି।

‘ଫେସ୍‌ବୁକ୍‌’, ‘ଟୁଇଟର୍‌’ ଓ ‘ଏସ୍‌ପିଏଚ୍‌ ମାଗାଜିନ୍‌ସ୍‌ ପିଟିଇ ଲିମିଟେଡ୍‌’ ପ୍ରତି ‘ଜେନେରାଲ୍‌ କରେକ୍ସନ୍‌ ଡାଇରେସନ୍‌’ ଜାରି କରିବା ଲାଗି ଆଜି ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ପୋଫ୍‌ମା’କୁ ନିର୍ଦେଶ ଦେଇଛି। କିନ୍ତୁ, ଏହି ନିର୍ଦେଶ ବା ନୋଟିସ୍‌ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଂବା ଭାରତୀୟ ସାମାଜିକ ଗଣମାଧ୍ୟମ ପ୍ରତି ନୁହେଁ, ସିଙ୍ଗାପୁରବାସୀଙ୍କୁ ଅସତ୍ୟ ସୂଚନା କବଳରୁ ନିରାପଦ ରଖିବା ନିମନ୍ତେ ଅଭିପ୍ରେତ।

publive-image Image Courtesy of The Print

ଏହି ଆଇନ ଅନୁସାରେ, ଉପରୋକ୍ତ ସାମାଜିକ ଗଣମାଧ୍ୟମ କମ୍ପାନିମାନେ କୋଭିଡ୍‌-୧୯ର ନୂଆ ‘ସିଙ୍ଗାପୁର ଭେରିଆଣ୍ଟ୍‌’ ସଂକ୍ରାନ୍ତ ମିଥ୍ୟା ରଟନାର ସଂଶୋଧନ କରିବେ ଓ ତାହାର ସ୍ପଷ୍ଟିକରଣ ଦେବେ। ଉକ୍ତ ସଂଶୋଧନ ବିଜ୍ଞପ୍ତିରେ ଉଲ୍ଲେଖ ହେବ: କୋଭିଡ୍‌-୧୯ର ନୂତନ ‘ସିଙ୍ଗାପୁର ଭେରିଆଣ୍ଟ୍‌’ ବୋଲି କିଛି ନାହିଁ। ଏହା ବ୍ୟତିରେକ‌େ, ଉକ୍ତ ଭୂତାଣୁ ‘ପିଲାମାନଙ୍କ ପାଇଁ ଅତୀବ ମାରାତ୍ମକ’ ସାବ୍ୟସ୍ତ ହୋଇଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ।

ଏଥିରେ ଆହୁରି ମଧ୍ୟ ଲେଖାଯିବ କି, ଅଳ୍ପ କେତେ ସପ୍ତାହ ପୂର୍ବେ ସିଙ୍ଗାପୁରରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ମାମଲାଗୁଡ଼ିକରୁ ଅନେକଗୁଡ଼ିଏ ହେଉଛି ଭାରତରେ ସୃଷ୍ଟି ହୋଇଥିବା ‘ବି.୧.୬୧୭.୨’ ପ୍ରଜାତିର ଭୂତାଣୁ ସଂକ୍ରମଣଜନିତ। ସିଙ୍ଗାପୁରରେ ଚିହ୍ନଟ ହେବା ପୂର୍ବରୁ ‘ବି.୧.୬୧୭.୨’ ଭୂତାଣୁ ଭାରତରେ ଥାଇ ବିସ୍ତାରିତ ହେଉଥିଲା। ଏକଥା ସର୍ବସାଧାରଣ ଜାଣିଥିଲେ ଏବଂ ୨୦୨୧ ମେ ୫ ତାରିଖ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏ ଖବର ପ୍ରକାଶ କରିଥିଲେ।

ପିଲାଙ୍କ ପାଇଁ ବିପଜ୍ଜନକ ଏକ ଜାତିର ନୂଆ କରୋନଭାଇରସ୍‌ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପୁଛି କହି, ସିଙ୍ଗାପୁରକୁ ସମସ୍ତ ବିମାନ ଯାତାୟାତ ବନ୍ଦ କରିବା ଦେବା ପାଇଁ ମଙ୍ଗଳବାର ଦିନ କେଜ୍ରିୱାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର୍‌ର ପ୍ରତି ଉତ୍ତର ଦେଇ ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରାଳୟ ଲେଖିଥିଲା, କୌଣସି ‘ସିଙ୍ଗାପୁରୀ ଭେରିଆଣ୍ଟ୍‌’ ନାହିଁ, ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ଥିବା ମନ୍ତବ୍ୟ ମଧ୍ୟ ସତ୍ୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe