ଗ୍ଲୋବାଲ ର‍୍ୟାଙ୍କିଂରେ ସିଙ୍ଗାପୁର ପାସ୍‌ପୋର୍ଟ ସବୁଠାରୁ ଶକ୍ତିଶାଳୀ, ଭାରତର ସ୍ଥାନ କେତେ ଜାଣନ୍ତୁ

Advertisment
ଗ୍ଲୋବାଲ ର‍୍ୟାଙ୍କିଂରେ ସିଙ୍ଗାପୁର ପାସ୍‌ପୋର୍ଟ ସବୁଠାରୁ ଶକ୍ତିଶାଳୀ, ଭାରତର ସ୍ଥାନ କେତେ ଜାଣନ୍ତୁ

ସିଙ୍ଗାପୁର: ଗ୍ଲୋବାଲ ପାସପୋର୍ଟ ର‍୍ୟାଙ୍କିଂ -୨୦୧୭ରେ ସିଙ୍ଗାପୁର ପାସ୍‌ପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ ଭାବେ ସ୍ୱୀକୃତି ପାଇଛି। ୯୪ଟି ଦେଶଙ୍କୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତର ସ୍ଥାନ ୭୫ରେ ରହିଛି। ଗତବର୍ଷ ଭାରତର ସ୍ଥାନ ଥିଲା ୭୮।

ସୂଚନାଯୋଗ୍ୟ, ଭାରତୀୟ ପାସପୋର୍ଟ ଜରିଆରେ ଜଣେ ୫୧ଟି ଦେଶକୁ ବିନା ଭସାରେ ଯାତ୍ରା କରିପାରିବେ। ଯଦି କାହା ପାଖରେ ସିଙ୍ଗାପୁର ପାସ୍‌ପୋର୍ଟ ଅଛି ତେବେ ସେ ଦୁନିଆରେ ୧୫୯ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବ। ସିଙ୍ଗାପୁର ପରେ ଦ୍ୱିତୀୟ ସ୍ଥାନରେ ଜର୍ମାନ ରହିଛି। ସୁଇଡେନ୍‌ ରହିଛି ତୃତୀୟ ସ୍ଥାନରେ । ତେବେ ସିଙ୍ଗାପୁରର ନାଗରିକଙ୍କ ପାଇଁ ଭିସାର ଆବଶ୍ୟକତାକୁ ଶେଷ କରି ଦିଆଯାଇଛି।

ଏହାପରେ ସିଙ୍ଗାପୁର ପାସ୍‌ପୋର୍ଟକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ବୋଲି ଘୋଷଣା କରାଯାଇଛି। ଫଳରେ ସିଙ୍ଗାପୁର ର‍୍ୟାଙ୍କିଂ ବୃଦ୍ଧି ପାଇଁ ଭିସା ଫ୍ରି ସ୍କୋର ୧୫୯ ହୋଇଯାଇଛି। ଗତ ଦୁଇବର୍ଷ ହେଲା ଜର୍ମାନୀ ଏହି ତାଲିକାରେ ଶୀର୍ଷରେ ଥିଲା। ଶେଷ ସ୍ଥାନରେ ଅଫଗାନିସ୍ଥାନ, ପାକିସ୍ତାନ ଓ ଇରାକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe