ନୂଆଦିଲ୍ଲୀ: ଲୋକପ୍ରିୟ ଭାରତୀୟ ଗାୟକ ଜୁବିନ ଗର୍ଗଙ୍କୁ ହତ୍ୟା କରାଯାଇନି। ସେ ଅତ୍ୟଧିକ ନିଶାରେ ଥିଲେ ଏବଂ ଲାଇଫ ଜ୍ୟାକେଟ୍‌ ପାଇଁ ମନା କରିଥିଲେ। ଫଳରେ ଲାଜାରୁସ ଦ୍ବୀପରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଯାଇଛି। ସିଙ୍ଗାପୁର ପୁଲିସ ଆଜି କୋର୍ଟଙ୍କୁ ଏହି ସୂଚନା ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ଯେ ୫୨ ବର୍ଷୀୟ ଗର୍ଗ‌ ସେପ୍ଟେମ୍ବର ୨୫ ତାରିଖରେ ଏକ ୟାଚ୍‌ ପାର୍ଟି ସହ ଥିଲେ। ସିଙ୍ଗାପୁରରେ ଉତ୍ତର ପୂର୍ବ ଭାରତ ଉତ୍ସବ‌‌ରେ ପ୍ରଦର୍ଶନ କରିବାର ଦିନକ ପୁର୍ବରୁ ତାଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା।

Advertisment

ଅଧିକପଢ଼ନ୍ତୁ:ଛକାପଞ୍ଝା ଭିତରେ ଇରାନ ସମର୍ଥନରେ ୩ ଶକ୍ତିଶାଳୀ ଦେଶ: ଆକ୍ରମଣ ନକରିବାର ଲାଭ ସମ୍ପର୍କରେ ଆମେରିକାକୁ ବୁଝାଇଲେ...

ଲାଇଫ ଜ୍ୟାକେଟ୍‌ ପାଇଁ ମନା କରିଥିଲେ

ଉକ୍ତ ମାମଲାର ତଦନ୍ତ କରିଥିବା ମୁଖ୍ୟ ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି ଯେ , ଜୁବିନ ପ୍ରଥମେ ଲାଇଫ ଜ୍ୟାକେଟ୍‌ ପିନ୍ଧିଥିଲେ। କିନ୍ତୁ ସେ ଏହାକୁ କାଢ଼ି ଦେଇଥିଲେ। ତାଙ୍କୁ ଅନ୍ୟ ଏକ ଲାଇଫ ଜ୍ୟାକେଟ୍‌ ଦିଆଯାଇଥିଲେ ମଧ୍ୟ ସେ ମନା କରିଇେଥିଲେ। ସେ ସମୟରେ ଗର୍ଗ ପ୍ରବଳ ନିଶାଶକ୍ତ ଥିଲେ। ସେ ନୌକା ନିକଟକୁ ଆସିବାପାଇଁ ପହଁରିବାକୁ ଚେଷ୍ଟା କରିବାବେଳେ ସଜ୍ଞାହୀନ ହୋଇ ଯାଇଥିଲେ ଏବଂ ପାଣିରେ ଭାସିଥିବା‌ ଲୋକମାନେ ଦେଖିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ନୌକାକୁ ଅଣାଯାଇଥିଲା ଏବଂ ସିପିଆର୍‌ ଦିଆଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇ ହୋଇନଥିଲା। ସିଙ୍ଗାପୁର ପୁଲିସ ଜୁବିନ ଗର୍ଗଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିବା ସନ୍ଦେହ କରିନି ବୋଲି କହିଛି। ଏହି ମାମଲାରେ ମୋଟ୍‌ ୩୫ ସାକ୍ଷୀଙ୍କୁ ଚେରା କରାଯାଇଛି। ମୁଖ୍ୟ ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି ଯେ ଗର୍ଗ ଏବଂ ତାଙ୍କ ବନ୍ଧୁ ଓ ସହକର୍ମୀଙ୍କ ସମେତ ମୋଟ୍‌ ୨୦ ଜଣ ନୌକାରେ ଥିଲେ। ସେମାନେ ନୌକାରେ କିଛି ସ୍ନାକ୍ସ ଏବଂ ଆଲକୋହଲ ନେଇଥିଲେ।

ଅଧିକପଢ଼ନ୍ତୁ:ରଦ୍ଦ ନୁହେଁ ବିଳମ୍ବିତ ହେଉଛି ପାକ-ଜନ୍ମିତ ଆମେରିକୀୟ ଖେଳାଳିମାନଙ୍କ ଭାରତୀୟ ଭିସା