ବିଦେଶୀ ମହିଳାଙ୍କୁ ଜାମା ମସଜିଦରୁ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚାଇଥିବା ରିକ୍ସା ଚାଳକ କଲେ ୬ହଜାର ଟଙ୍କା ଦାବି

Advertisment
ବିଦେଶୀ ମହିଳାଙ୍କୁ ଜାମା ମସଜିଦରୁ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚାଇଥିବା ରିକ୍ସା ଚାଳକ କଲେ ୬ହଜାର ଟଙ୍କା ଦାବି

ନୂଆଦିଲ୍ଲୀ: ଭାରତରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ‘ଅତିଥି ଦେବୋ ଭବଃ’ର ସ୍ଲୋଗାନ ରହିଛି। ଯେତେବେଳେ କେହି ପର୍ଯ୍ୟଟକ ଭାରତ ଆସିଥାଆନ୍ତି ଆମ ଦେଶର ଛବିକୁ ମନରେ ଧରି ନେଇଥାଆନ୍ତି। ପର୍ଯ୍ୟଟକମାନେ ହେଉଛନ୍ତି ଆମ ଦେଶର ଅତିଥି। କିନ୍ତୁ ସମୟସମୟରେ ‌ଆମ ଦେଶରେ ଏମିତି କିଛିଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ‘ଅତିଥି ଦେବୋ ଭବଃ’ର ଥିବା ଛବିରେ ଦାଗ ଲାଗି ଯାଇଥାଏ।

ଏମିତି ଏକ ଘଟଣା ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ସିଙ୍ଗାପୁରର ଟ୍ରାଭେଲ  ବ୍ଲଗର ସିବ୍ଲିୟା ଚାନ ଦିଲ୍ଲୀ ଆସିବାକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି। ସିବ୍ଲିୟା ନାମକ ବିଦେଶୀ ପର୍ଯ୍ୟଟକ ଭାରତ ଯାତ୍ରାରେ ବାହାରିଛନ୍ତି। ଏହି କ୍ରମରେ ସେ ଦିଲ୍ଲୀ ଭ୍ରମଣରେ  ଆସିଥିଲେ।

ଏଠାରେ ତାଙ୍କ ସହିତ ଜଣେ ରିକ୍ସା ଚାଳକ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।  ସିବ୍ଲିୟା ଦିଲ୍ଲୀ ଯାତ୍ରାକୁ ନେଇ କହିଛନ୍ତି, ‘ ଦିଲ୍ଲୀ ବୁଲିବାକୁ ଇଚ୍ଛା କରିଥିଲି। ତେଣୁ ଦିଲ୍ଲୀରେ ପହଞ୍ଚିବା ପରେ ମୁଁ ଜଣେ ରିକ୍ସା ଚାଳକଙ୍କୁ ‌ଭେଟିଥିଲି।

ତାଙ୍କୁ ଜାମା ମସଜିଦରୁ ଲାଲକିଲ୍ଲା ପର୍ଯ୍ୟନ୍ତ ନେବାକୁ କହିଥିଲି। ଏଥିପାଇଁ ସେ ୧୦୦ଟଙ୍କା ଭଡ଼ା ନେବେ ବୋଲି କହିଥିଲେ। ମୁଁ ତାଙ୍କ କଥାରେ ରାଜି ହୋଇ ରିକ୍ସାରେ ବସିଥିଲି। ଜାମା ମସଜିଦରୁ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିବା ପରେ ରିକ୍ସା ଚାଳକ ୧୦୦ଟଙ୍କା ନେବା ପାଇଁ ମନା କରି ଦେଇଥିଲେ। ସେ ମୋ ଠାରୁ ଭଡ଼ା ବାବଦକୁ ୬ହଜାର ଟଙ୍କା ଦାବି କରିଥିଲେ। ମୁଁ ନେବାକୁ ମନା କରି ଦେବାରୁ ସେ ମୋ ସହିିତ ଯୁକ୍ତି କରିବା ସହିତ ଖରାପ ବ୍ୟବହାର କରିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe