କଣ୍ଠଶିଳ୍ପୀ ବାଲ୍‌ସୁବ୍ରମଣ୍ୟମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

Advertisment
କଣ୍ଠଶିଳ୍ପୀ ବାଲ୍‌ସୁବ୍ରମଣ୍ୟମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

Laughing Colours

ଚେନ୍ନାଇ : ବଲିଉଡ୍‌ ପ୍ରଚ୍ଛଦପଟ୍ଟ ଗାୟକ ଏସ୍‌ପି ବାଲ୍‌ସୁବ୍ରମଣ୍ୟମ୍‌ କରୋନା ସଂକ୍ରମିତ ହୋଇ ଚେନ୍ନାଇର ଏମ୍‌ଜିଏମ୍‌ ହେଲ୍‌ଥ କେୟାର ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସଂକଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଛି। ଅଗଷ୍ଟ ୫ ତାରିଖରେ ସେ କରୋନା ସଂକ୍ରମିତ ହୋଇ ଏମ୍‌ଜିଏମ୍‌ ହେଲ୍‌ଥ କେୟାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏ ନେଇ ନିଜେ ବାଲ୍‌ସୁବ୍ରମଣ୍ୟମ୍‌ ଏକ ଭିଡିଓ ଜାରି କରି ତାଙ୍କର ପ୍ରଶଂସକଙ୍କୁ ବିବ୍ରତ ନ ହେବାକୁ କହିଥିଲେ। ତେବେ ଗତକାଲି ରାତିରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଆଇସିୟୁର ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଛି। ହସ୍ପିଟାଲ୍‌ର ଏକ ବିଶେଷଜ୍ଞ ଦଳ ବାଲ୍‌ସୁବ୍ରମଣ୍ୟମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରୁଛନ୍ତି। ତେବେ ଆଜି ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍‌ଜିଏମ୍‌ ହେଲ୍‌ଥକେୟାରର ଡାକ୍ତର ପ୍ରଶାନ୍ତ ରାଜଗୋପାଳନ୍‌ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe