୨ବର୍ଷ ଜେଲଦଣ୍ଡ ମିଳିଥିଲା, ୨ମାସ ପରେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ମିଳିଲା ଜାମିନ

Advertisment
୨ବର୍ଷ ଜେଲଦଣ୍ଡ ମିଳିଥିଲା, ୨ମାସ ପରେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାନବ ଚାଲାଣ ମାମଲାରେ କଣ୍ଠଶିଳ୍ପୀ ପଞ୍ଜାବ ପୁଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ବେଳେ ଆଜି ତାଙ୍କୁ ଜାମିନ ମିଳିଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୧୪ରେ ୨୦୦୩ରେ କରିଥିବା ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ପଞ୍ଜାବ ପୁଲିସ ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ୨୦୦୩ରେ କଣ୍ଠଶିଳ୍ପୀ ଦଲେର ମେହନ୍ଦୀ ଓ ତାଙ୍କ ଭାଇଙ୍କ ବିରୋଧରେ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଇଥିବା ଅଭିଯୋଗ ହୋଇଥିଲା। କୁହାଯାଇଥିଲା ଯେ ବିଦେଶ ପଠାଇବା ପାଇଁ ଦଲେର ମେହନ୍ଦୀ ଲୋକଙ୍କଠାରୁ ପ୍ରଚୁର ପରିମାଣର ଅର୍ଥ ସଂଗ୍ରହ କରିଥିଲେ। ୧୯୯୮ରୁ ୧୯୯୯ମଧ୍ୟରେ, ଦଲେର ମେହନ୍ଦୀ ସାନ ଫ୍ରାନ୍ସିସ୍କୋ ଏବଂ ନ୍ୟୁ ଜର୍ସିରେ ଅତି କମରେ ୧୦ ଜଣଙ୍କୁ ବେଆଇନ ଭାବେ ଛାଡ଼ି ଦେଇଥିଲେ। ଏହା ପରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇ ଶମଶେର ସିଂଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ମାମଲା ପଞ୍ଜିକରଣ ପରେ ଉଭୟ ଭାଇଙ୍କ ବିରୋଧରେ ପ୍ରାୟ ୩୫ଟି ଅଭିଯୋଗ ଆସିଥିଲା। ମାନବ ଚାଲାଣ ନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ୨୦୧୮ରେ ଏହାର ଶୁଣାଣି କରିଥିଲେ ପଟିଆଲା କୋର୍ଟ। ଶୁଣାଣି ସମୟରେ କଣ୍ଠଶିଳ୍ପୀଙ୍କୁ ୨ବର୍ଷ ଜେଲ ଦଣ୍ଡ ଦେଇଥିଲେ କୋର୍ଟ । ହେଲେ ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe