ସନ୍ନି ଦେଓଲଙ୍କ ପରେ ଏବେ ବିଜେପିରେ ଯୋଗ ଦେଲେ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ

Advertisment
ସନ୍ନି ଦେଓଲଙ୍କ ପରେ ଏବେ ବିଜେପିରେ ଯୋଗ ଦେଲେ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ

indiatoday.in

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ଏବଂ କଣ୍ଠଶିଳ୍ପୀ ହନ୍ସ ରାଜ୍‌ଙ୍କ ପରେ ଏବେ ବିଜେପି ହାତ ଧରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ । ଶୁକ୍ରବାର କଣ୍ଠଶିଳ୍ପୀ ହନ୍ସ ରାଜ୍‌ ଏବଂ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଉପସ୍ଥିତିରେ ଦଲେର ମେହେନ୍ଦୀ ବିଜେପିରେ ସାମିଲ ହୋଇଛନ୍ତି।  ଏହି ମିଶ୍ରଣ ପର୍ବରେ ଦିଲ୍ଲୀର ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀ ଏବଂ କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ରହିଥିଲେ ।

publive-image DNA India

ଏଇ କିଛି ଦିନ ମଧ୍ୟରେ ବିଜେପି ନିଜ ସହ ଅନେକ ବଡ଼ ବଡ଼ ଏବଂ ଚର୍ଚ୍ଚିତ କଳାକାରମାନଙ୍କୁ ଯୋଡ଼ୁଥିବା ଦେଖାଯାଇଛି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିରେ ଆଗକୁ ଆହୁରି ଅନେକ କଳାକାର ସାମିଲ ହୋଇ ପାରନ୍ତି ବୋଲି ଆଶା କରାଯାଉଛି । କିଛି ଦିନ ପୂର୍ବରୁ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ବିଜେପିରେ ସାମିଲ ହୋଇଥିବା ବେଳେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସରେ ସାମିଲ ହୋଇ ସେ ମୁମ୍ବାଇର ଉତ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe