Image Courtesy of NDTV
କୋଲ୍କାତା: ‘ହମ୍ ରହେଁ ୟା ନା ରହେଁ କଲ୍ ୟାଦ୍ ଆଏଁଗେ ୟେ ପଲ୍’ ଗୀତ ଗାଇ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିବା ଲୋକପ୍ରିୟ ଗାୟକ କେକେ ଶେଷରେ ‘ମ୍ୟୁଜିକ୍ କନ୍ସର୍ଟ’ରେ ହିଁ ସେମାନଙ୍କଠାରୁ ଚିରଦିନ ପାଇଁ ବିଦାୟ ନେଇଯାଇଛନ୍ତି।
ମୃତ୍ୟୁର ପ୍ରାୟ ୧୦ ଘଣ୍ଟା ପୂର୍ବରୁ କୋଲ୍କାତାରେ ଆୟୋଜିତ ‘ମ୍ୟୁଜିକାଲ୍ କନ୍ସର୍ଟ’ର ଭିଜୁଆଲ୍ ତାଙ୍କ ଅଫିସିଆଲ୍ ‘ଇନ୍ଷ୍ଟାଗ୍ରାମ୍ ପେଜ୍’ରେ ପୋଷ୍ଟ୍ କରାଯାଇଛି। କୋଲ୍କାତାର ‘ନଜ୍ରୁଲ୍ ମଞ୍ଚ ଅଡିଟରିୟମ୍’ରେ କନ୍ସର୍ଟ ଶେଷ ହେବା ପରେ ରାତ୍ରୀଯାପନ କରୁଥିବା ହୋଟେଲ୍ରେ ହିଁ ୫୩ ବର୍ଷିୟ କୃଷ୍ଣକୁମାର କୁନ୍ନଥ ଓରଫ କେକେ ପଡ଼ିଯାଇ ଚେତା ହରାଇଥିଲେ। ମୃତାବସ୍ଥାରେ ଗାୟକ କେକେଙ୍କୁ ଡାକ୍ତରଖାନା ଅଣାଯାଇଥିବା କଥା ସିଏମ୍ଆରଆଇ ହସ୍ପିଟାଲ୍ର ଡାକ୍ତର କହିଛନ୍ତି।
ମଞ୍ଚରେ କେକେ ନାମରେ ସୁପରିଚିତ କୃଷ୍ଣକୁମାର କୁନ୍ନାଥ ‘ପଲ୍’ ଏବଂ ‘ୟାରୋଁ’ ପରି ଗୀତ ପାଇଁ ଖୁବ୍ ଲୋକପ୍ରିୟ ହୋଇ ପାରିଥିଲେ। ୧୯୯୦ ଦଶକ ଶେଷ ଭାଗରେ ତାଙ୍କର ଉପରୋକ୍ତ ଗୀତ ସବୁ ତରୁଣ/ତରୁଣୀମାନଙ୍କୁ ଏମିତି ସ୍ପର୍ଶ କରିଥିଲା ଯେ, ‘ସ୍କୁଲ୍ ଓ କଲେଜ୍ ଫେୟାର୍ୱେଲ୍’ ଏବଂ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସବୁ ପରିବେଶଣ କରାଯାଉଥିଲା।
Image Courtesy of Zee Newsତାଙ୍କ ଅଫିସିୟାଲ୍ ୱେବ୍ସାଇଟ୍ର ସ୍ମୃତିଲିପି ‘ଦି ମେଜ୍ମରାଇଜର୍’ରେ କେକେ କହିଥିଲେ- ମଞ୍ଚରେ ଥିବା ବେଳେ ଜଣେ ଶିଳ୍ପୀ ମଧ୍ୟକୁ ଏକ ପ୍ରକାରର କ୍ଷମତା ଚାଲିଆସେ। ଦେହପା’ ଯେମିତି ଥାଉ ନା କାହିଁକି, ମଞ୍ଚ ଉପରକୁ ଚାଲି ଆସିଲେ ସେସବୁ ବିସ୍ମରଣ ହୋଇଯାଏ। କେବଳ ପରିବେଶଣ କରିଚାଲେ।
୧୯୯୯ ମସିହାରେ ତାଙ୍କର ସର୍ବପ୍ରଥମ ଆଲ୍ବମ୍ ‘ପଲ୍’ ସମୀକ୍ଷକମାନଙ୍କ ଠାରୁ ଉତ୍ତମ ମତାମତ ହାସଲ କରିଥିଲା। ଏହାପରେ, ୨୦୦୦ ମସିହା ପ୍ରାରମ୍ଭରୁ ସେ ପ୍ରଚ୍ଛଦପଟ୍ଟ ଗାୟନରେ କ୍ୟାରିଅର୍ ଆରମ୍ଭ କରି ବଲିଉଡ୍ ଚଳଚ୍ଚିତ୍ର ନିମନ୍ତେ ଅନେକ ଧରଣର ଲୋକପ୍ରିୟ ଗୀତ ରେକର୍ଡ କରାଇଥିଲେ।
ହିନ୍ଦୀ ସମେତ କେକେ ତାମିଲ୍, ତେଲୁଗୁ, କନ୍ନଡ଼, ମାଲୟଲମ, ମରାଠୀ ଏବଂ ବଙ୍ଗଳା ଆଦି ଭାଷାରେ ମଧ୍ୟ ଗୀତ ଗାଇଛନ୍ତି।
Image Courtesy of India Todayକେକେଙ୍କ ସଙ୍ଗୀତ ପରିବେଶଣ ଏବଂ ସ୍ମୃତିଲିପି ସବୁର ରେକର୍ଡ ଥିବା ‘ଦି ମେଜ୍ମରାଇଜର୍’ର ତାଙ୍କୁ ଅନେକ ଅବିସ୍ମରଣୀୟ ତଥା କାଳଜୟୀ ଗୀତ ସୃଷ୍ଟି କରିଥିବା ଜଣେ ବହୁମୁଖୀ ଗାୟକ ଭାବେ ବର୍ଣ୍ଣନା କରିଛି।
‘ଖୁଦା ଜାନେ’, ‘ତୁ ହି ମେରି ସବ୍ ହୈ’, ‘ଆୱାରାପନ୍ ବଞ୍ଜାରପନ୍’, ‘ତଡ଼ପ୍ ତଡ଼ପ୍ କେ’ (‘ହମ୍ ଦିଲ୍ ଦେ ଚୁକେ ସନମ୍’ ଚଳଚ୍ଚିତ୍ରର) ଆଦି ହେଉଛି ସେ ଗାଇଥିବା କେତୋଟି ଉଚ୍ଛ୍ବାସ, ରୋମାଞ୍ଚ ଏବଂ କରୁଣ ରସରେ ପୂର୍ଣ୍ଣ ଗୀତ।
Follow Us