ସ୍ବାସ୍ଥ୍ୟ ଅବନତି ଘଟିବାରୁ ‘ଆଇସିୟୁ’କୁ ସ୍ଥାନାନ୍ତର ହେଲେ ଗାୟକ ଏସ୍‌ ପି ବାଲସୁବ୍ରମଣିୟମ

ସ୍ବାସ୍ଥ୍ୟ ଅବନତି ଘଟିବାରୁ ‘ଆଇସିୟୁ’କୁ ସ୍ଥାନାନ୍ତର ହେଲେ ଗାୟକ ଏସ୍‌ ପି ବାଲସୁବ୍ରମଣିୟମ

Image Courtesy of India Today

ଚେନ୍ନାଇ: ଅଗଷ୍ଟ ପ୍ରଥମ ସପ୍ତାହରେ କରୋନାଭାଇରସ୍ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିବା ଗାୟକ ଏସ୍‌ ପି ବାଲସୁବ୍ରମଣିୟମଙ୍କ ସ୍ବାସ୍ଥ୍ୟ ଅବନତି ହେବା କାରଣରୁ ‘ଆଇସିୟୁ’କୁ ସ୍ଥାନାନ୍ତର ହୋଇଛନ୍ତି। ସେ ସଙ୍କଟଜନକ ଅବସ୍ଥାରେ ଥିବାରୁ ତାଙ୍କୁ ଇଣ୍ଟେ୍‌ସିଭ୍ କେୟାର୍‌ ୟୁନିଟ୍‌ରେ ଜୀବନ ସହାୟକ ବ୍ୟବସ୍ଥାରେ ରଖାଯାଇଛି। ସମ୍ପ୍ରତି ତାଙ୍କୁ ଚିକିତ୍ସା କରୁଥିବା ଦଳେ ଡାକ୍ତର ତାଙ୍କର ରକ୍ତ ସଞ୍ଚାଳନ ଓ ତାଙ୍କ ସ୍ବାସ୍ଥ୍ୟରେ ଘଟୁଥିବା ପରିବର୍ତ୍ତନ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି।

ଡାକ୍ତରଖାନାରୁ ପ୍ରକାଶିତ ବ‌ୁଲେଟିନ୍ ଅନୁସାରେ, ଅଗଷ୍ଟ ୧୩ ତାରିଖ ବିଳମ୍ବିତ ରାତ୍ରୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଖୁବ୍ ଅବନତି ଘଟିଥିଲା। ବୁଲେଟିନ୍‌ରେ ଉଲ୍ଲେଖ ଅଛି ଯେ, କୋଭିଡ୍‌-୧୯ ଉପସର୍ଗ ବାହାରିବାରୁ ୨୦୨୦ ଅଗଷ୍ଟ ୫ ତାରିଖରୁ ଏମ୍‌ଜିଏମ୍ ହେଲ୍‌ଥ୍‌କେୟାର୍‌ରେ ଭର୍ତ୍ତି ହୋଇଥିବା ତିରୁ ଏସ୍‌ ପି ବାଲସୁବ୍ରମଣିୟମଙ୍କ ସ୍ବାସ୍ଥ୍ୟ ଅବନତି ଘଟିଛି। ଅଗଷ୍ଟ ୧୩ ତାରିଖ ବିଳମ୍ବିତ ରାତିରେ ତାଙ୍କର ଅବସ୍ଥା ଶୋଚନୀୟ ହୋଇଗଲା। ତାଙ୍କ ତତ୍ତ୍ବାବଧାନ କରୁଥିବା ଡାକ୍ତରୀ ଦଳଙ୍କ ପରାମର୍ଶ ଆଧାରରେ ତାଙ୍କୁ ଇଣ୍ଟେନ୍‌ସିଭ୍ କେୟାର୍‌ ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଲାଇଫ୍ ସପୋର୍ଟରେ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe