ଫିଲ୍ମ ସୁଟ୍ ପାଇଁ ସିଙ୍ଗଲ୍‌ ୱିଣ୍ଡୋ କ୍ଳିୟରାନ୍ସକୁ ଅନୁମତି

Advertisment
ଫିଲ୍ମ ସୁଟ୍ ପାଇଁ ସିଙ୍ଗଲ୍‌ ୱିଣ୍ଡୋ କ୍ଳିୟରାନ୍ସକୁ ଅନୁମତି

India Today

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫିଲ୍ମ ନିର୍ମାତାଙ୍କୁ ଆକୃଷ୍ଟ କରିବା ଏବଂ ସେମାନଙ୍କୁ ଭାରତରେ ସୁଟିଂକୁ ଉତ୍ସାହିତ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୁଟିଂ ଲାଗି ବିଭିନ୍ନ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିବା ପ୍ରକ୍ରିୟାର ଅମଲାତାନ୍ତ୍ରିକ ଜଟିଳତା ଦୂର କରିବା ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ସିଙ୍ଗଲ ୱିଣ୍ଡୋ କ୍ଳିୟରାନ୍ସ ପ୍ରକ୍ରିୟାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି, ଫିଲ୍ମ ସୁଟିଂ ପାଇଁ ଅନୁମତି ପ୍ରାପ୍ତି ପ୍ରକ୍ରିୟାକୁ ସହଜ କରିବା ଲାଗି ଫିଲ୍ମ ଫାସିଲିଟେସନ ଅଫିସ (ଏଫ୍‌ଏଫ୍‌ଓ) ପୋର୍ଟାଲର ନବୀକରଣ କରାଯାଉଛି। ଆମେ ଏହି ପୋର୍ଟାଲ ମାଧ୍ୟମରେ ଏକ ଏକକ ୱିଣ୍ଡୋ ମଞ୍ଚ ଯୋଗାଇ ଦେବାକୁ ଯୋଜନା କରିଛୁ। ବିଭିନ୍ନ ରାଜ୍ୟ ସରକାର ଏବଂ ଅନ୍ୟ ସଂସ୍ଥା ଯେପରି ଭାରତୀୟ ରେଳ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଆଦିଠାରୁ ଅନୁମତି ଆଣିବା ଲାଗି ଅଲଗା ଅଲଗା ଜାଗାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଏହି ପୋର୍ଟାଲ ମାଧ୍ୟମରେ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଓ ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରି ଅନୁମତି ଦେବା ସହଜ ହୋଇପାରିବ। ଏଥିପାଇଁ ଅଯଥା ବିଳମ୍ବ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe