ପାକ୍‌ ମହିଳାଙ୍କୁ ବାହାହୋଇ ଲୁଚାଇଥିବା ସିଆରପିଏଫ୍‌ ଯବାନ ବିଦା

Advertisment

ସିଆରପିଏଫ୍‌ ଶନିବାର ଏହାର ଜଣେ ଯବାନଙ୍କୁ ବହିଷ୍କାର କରିଛି।  ଯବାନ ଜଣଙ୍କ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ବିଦା କରାଯାଇଛି।

ସିଆରପିଏଫ୍‌ ଶନିବାର ଏହାର ଜଣେ ଯବାନଙ୍କୁ ବହିଷ୍କାର କରିଛି।  ଯବାନ ଜଣଙ୍କ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ବିଦା କରାଯାଇଛି।

dsdsxcxcd

ନୂଆଦିଲ୍ଲୀ: ସିଆରପିଏଫ୍‌ ଶନିବାର ଏହାର ଜଣେ ଯବାନଙ୍କୁ ବହିଷ୍କାର କରିଛି।  ଯବାନ ଜଣଙ୍କ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ବିଦା କରାଯାଇଛି।  ଏନେଇ ସିଆରପିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍‌ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମଦ ଜଣେ ପାକିସ୍ତାନୀ ନାଗରିକଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ତତ୍କାଳ ସେବା ନିବୃତ୍ତ କରାଯା‌ଉଛି।

ତାଙ୍କର ଏଭଳି କାର୍ଯ୍ୟ ଚାକିରିର ଆଚରଣକୁ ଉଲ୍ଲଂଘନ କରିଛି ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଅହମଦ ୨୦୨୩ରେ ପାକିସ୍ତାନ ସିଆଲକୋଟର ମିନାଲ ଖାନ୍‌ଙ୍କୁ ବିବାହ କରିବାପାଇଁ ସିଆରପିଏଫ୍‌ରୁ ଅନୁମତି ମାଗିଥିଲେ। କିନ୍ତୁ ସିଆରପିଏଫ୍‌ ତାଙ୍କ ଅନୁରୋଧ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ଅହମଦ ୨୦୨୪ ମେ’ ୨୪ରେ ଖାନ୍‌ଙ୍କୁ ବିବାହ କରିଥିଲେ।   ତେବେ ଚଳିତ ସପ୍ତାହରେ ଏହି ଖବର ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe