ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଏପ୍ରିଲ ୫ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ସିସୋଦିଆ

Advertisment
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଏପ୍ରିଲ ୫ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ସିସୋଦିଆ

The Indian Express

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତକାଲି ରୋଜ୍‌ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିବାପରେ କୋର୍ଟ ଆଜି ତାଙ୍କୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ପଠାଇଦେଇଛନ୍ତି। ସିସୋଦିଆଙ୍କ ଇଡି ହାଜତ ମିଆଦ ଶେଷ ହେଉଥିବାରୁ ଆଜି ତାଙ୍କୁ ରୋଜ୍‌ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ଏମ୍‌କେ ନାଗପାଳଙ୍କ ନିକଟରେ ହାଜର କରାଯାଇଥିଲା। କିନ୍ତୁ କୋର୍ଟ ସିସୋଦିଆଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ଶୁଣାଣି ସମୟରେ ସିସୋ‌ଦିଆ ଏକ ଆବେଦନ କରି କହିଥିଲେ ଯେ ସେ ଜେଲ୍‌ରେ ଅଧିକ ବହି ପଢ଼ିବାକୁ ଚାହାନ୍ତି। ଏହାର ଜବାବ ଦେଇ କୋର୍ଟ କହିଛନ୍ତି, ସିସୋଦିଆ ଯେଉଁ ବହି ଚାହୁଛନ୍ତି ତାଙ୍କୁ ଦିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe