ଶାହଙ୍କ ପାଖକୁ ଚିଠି ଲେଖିଲେ ସିସୋଦିଆ

Advertisment
ଶାହଙ୍କ ପାଖକୁ ଚିଠି ଲେଖିଲେ ସିସୋଦିଆ

News Nation

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ବାରା ଅନଲକ୍‌-୩ ପର୍ଯ୍ୟାୟରେ ୨ଟି ପଦକ୍ଷେପ ଗ୍ରହଣ କରିବାପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଉପରାଜ୍ୟପାଳ ଅନୀଲ୍‌ ବୈଜଲ୍‌ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେଣୁ ବୈଜଲ୍‌ଙ୍କର ଏହି ନିଷ୍ପତ୍ତିକୁ ରଦ୍ଦ କରିବାପାଇଁ ଅନୁରୋଧ କରି ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ସିସୋଦିଆ କହିଛନ୍ତି, ଦିଲ୍ଲୀରେ ହୋ‌ଟେଲ୍‌ ପୁନଃ ଖୋଲିବା ଏବଂ ସାପ୍ତାହିକ ବଜାର ଗୁଡ଼ିକ ପ୍ରଥମେ ପରୀକ୍ଷାମୂଳକ ଭାବେ ଖୋଲିବାପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ପୁନର୍ବାର ବିଚାରକୁ ନେବାପାଇଁ ଉପରାଜ୍ୟପାଳଙ୍କ ପାଖକୁ ପଠାଯିବ। ତେବେ ଏହି ନିଷ୍ପତ୍ତି ଗୁଡ଼ିକୁ ଗୃହୀତ କରିବାପାଇଁ ସିସୋଦିଆ ଶାହଙ୍କୁ ଅନୁରୋଧ କରିଛନ୍ତି। ସିସୋଦିଆ କହିଛନ୍ତି, ଦିଲ୍ଲୀରେ ସଂକ୍ରମଣ ମାମଲା କମିଛି। କିନ୍ତୁ ଉତ୍ତରପ୍ରଦେଶ, କର୍ଣ୍ଣାଟକରେ ବଢ଼ି ଚାଲିଛି। ସେଠାରେ ସାପ୍ତାହିକ ବଜାର ଏବଂ ହୋଟେଲ୍‌ ଖୋଲିବାପାଇଁ ଅନୁମତି ମିଳିଛି କିନ୍ତୁ ଦିଲ୍ଲୀରେ ଏହି ଅନୁମତି ମିଳିନାହିଁ। କରୋନା ଲଢ଼େଇ ଦିଗରେ ଅତ୍ୟନ୍ତ ଭଲ କାର୍ଯ୍ୟ ଜାରି ରଖିଥିବା ରାଜ୍ୟ ଏହାର ଅର୍ଥନୀତିକୁ କାହିଁକି ବନ୍ଦ ରଖିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଏହି ନିଷ୍ପତ୍ତି ବଦଳାଇ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ ଉପରାଜ୍ୟପାଳ ମଂଜୁରି ଦେବାପାଇଁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe