ଅବକାରୀ ଦୁର୍ନୀତି ମାମଲା: ସିସୋଦିଆଙ୍କ ଅଡୁଆ ବଢ଼ିଲା

Advertisment
ଏପ୍ରିଲ ୨୯ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡ଼ୁଆ ବଢ଼ିଛି। ଦିଲ୍ଲୀ ସରକା‌ରରେ ଏଫବିୟୁ (ଫିଡବ୍ୟାକ ୟୁନିଟ୍‌)ରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ସିବିଆଇ ସିସୋଦିଆଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି। ୨୦୧୫ରେ ଆପ୍‌ କ୍ଷମତାକୁ ଆସିବାପରେ ଫିଡବ୍ୟାକ୍‌ ୟୁନିଟ ଗଠନ ହୋଇଥିଲା। ସିସୋଦିଆ ରାଜ‌ନୈତିକ ଗୁଇନ୍ଦାଗିରି କରିବାପାଇଁ ତାଙ୍କ ପଦବି ଏବଂ ସରକାରରେ ‘ଫିଡବ୍ୟାକ୍‌ ୟୁନିଟ’ର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ବେଆଇନ ଭାବେ ଫିଡବ୍ୟାକ୍‌ ୟୁନିଟ୍‌ ଗଠନ କରାଯିବା ଏବଂ ଏହାର କାର୍ଯ୍ୟ ପାଇଁ ସରକାରୀ ରାଜକୋଷରୁ ପ୍ରାୟ ୩୬ ଲକ୍ଷ ଟଙ୍କାର କ୍ଷତି ହୋଇଛି। ତେଣୁ ସିବିଆଇ ସିସୋଦିଆଙ୍କ ବିରୋଧରେ ସଦ୍ୟ ମାମଲା ରୁଜୁ କରିଛି। ଦିଲ୍ଲୀ ମୁଖ୍ୟମମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଅନେକ ମିଥ୍ୟା ମାମଲା ରୁଜୁ କରି ତାଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ଯୋଜନା କରିଛନ୍ତି। ଏହା ଦେଶପାଇଁ ଅତ୍ୟନ୍ତ ଦୁଃଖଦାୟକ। ଉଲ୍ଲେଖଯୋଗ୍ୟ ‌ଯେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ‌ସିସୋଦିଆ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ଫେବ୍ରୁଆରି ୨୬ରେ ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe