Sister-in-law absconding with brother-in-law: Wife goes to police station to bring husband back Photograph: (sambad.in)
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କିଛି ଦିନ ତଳେ ଶାଶୂ ଏବଂ ଜ୍ୱାଇଁଙ୍କ ଫେରାର ମାମଲା ଖବରରେ ଥିଲା। ଝିଅର ବିବାହର ଗୋଟିଏ ସପ୍ତାହ ପୂର୍ବରୁ ଶାଶୂ ତାଙ୍କ ଜ୍ୱାଇଁଙ୍କ ସହିତ ଫେରାର ହୋଇଯାଇଥିଲେ। କିନ୍ତୁ ପରେ ଉଭୟେ ଥାନାରେ ଆତ୍ମସମର୍ପଣ କରିଥିଲେ। ଏବେ ଜଣେ ଯୁବକ ତାଙ୍କ ଶାଳୀଙ୍କ ପ୍ରେମରେ ପଡ଼ି ତାଙ୍କ ସହିତ ପଳାଇ ଯାଇଥିବା ଖବର ବେଶ୍ ଚର୍ଚ୍ଚାରେ ରହିଛି।
ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡି ପଳାଇଛନ୍ତି। ପୀଡିତା ପତ୍ନୀ ପୁଲିସ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଏହି ମାମଲା ଗୋଣ୍ଡିଆ ଜିଲ୍ଲାର ଧନେପୁର ଥାନା ଅଞ୍ଚଳରୁ ରିପୋର୍ଟ ହୋଇଛି।
କୁହାଯାଉଛି ଯେ, ଯେଉଁ ଯୁବକ ତାଙ୍କ ଶାଳୀଙ୍କ ସହିତ ପଳାଇଛନ୍ତି, ତାଙ୍କ ବିବାହକୁ ମାତ୍ର ଗୋଟିଏ ମାସ ହୋଇଛି। ସୂଚନା ଅନୁଯାୟୀ, ଯୁବକ ଜଣକ ଗତ ମାସ ୬ ମେ’ରେ ମୋତିଗଞ୍ଜ ଥାନା ଅଞ୍ଚଳର ଏକ ଗାଁରେ ବିବାହ କରିଥିଲେ।
ବିବାହ ପରେ, ତାଙ୍କ ସ୍ତ୍ରୀଙ୍କ ବିଦାୟ ସମୟରେ, ଯୁବକଙ୍କ ଆଖି ତାଙ୍କ ଶାଳୀଙ୍କ ଉପରେ ପଡ଼ିଥିଲା। ଆଖିରେ ଆଖି ମିଶିଥିଲା। ଦୁଇ ଆଖି ଚାରି ହୋଇଥିଲା। ଏହା ପରେ ଉଭୟ ପରସ୍ପରକୁ ପ୍ରେମ କରି ବସିଥିଲେ। ଭିଣୋଇଙ୍କୁ ନେଇ ଫେରାର ହେବାର ଯୋଜନା ଶାଳୀ ରଚିଥିଲେ।
ଏହା ପରେ, ଜୁନ୍ ୭ ତାରିଖରେ ଯୁବକ ଜଣକ ତାଙ୍କ ଶାଳୀଙ୍କ ସହିତ ପଳାଇ ଯାଇଥିଲେ। ସୂଚନା ପାଇ ନବ ବିବାହିତା ମହିଳା ଧନେପୁର ଥାନାରେ ଏକ ବୟାନ ଦେଇଥିଲେ, ଯେଉଁଥିରେ ସେ କହିଥିଲେ ଯେ, ଗତ ମାସ ୬ ମେ'ରେ ଧନେପୁର ଅଞ୍ଚଳର ଏକ ଗାଁରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ସହିତ ତାଙ୍କର ବିବାହ ହୋଇଥିଲା।
ବାପା ମଧ୍ୟ ତାଙ୍କ ସାମାଜିକ ତଥା ଆର୍ଥିକ ସ୍ଥିତି ଅନୁସାରେ ଯୌତୁକ ଦେଇଥିଲେ। ବିବାହ ପରେ, ସେ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ଏହା ପରେ, ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘରର ଅନ୍ୟ ଲୋକେ ସେ କମ୍ ଯୌତୁକ ଆଣିଥିବା ଯୋଗୁ ତାଙ୍କୁ ଗାଳିଗୁଲଜ କରିବା ଏବଂ ନିର୍ଯାତନା ଦେବା ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ: ଇରାନର ପ୍ରତିଶୋଧ!: ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼, ଭିଡିଓ ଭାଇରାଲ
ନବବିବାହିତା ମହିଳା ଜଣକ କହିଛନ୍ତି ଯେ, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ମାଡ଼ ମଧ୍ୟ ମାରୁଥିଲେ। ତା'ପରେ ମେ’ ୩୦ ତାରିଖରେ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରି ତାଙ୍କ ବାପାମାଆଙ୍କ ଘର ପାଖରେ ଥିବା ଏକ ବଜାରରେ ଛାଡି ଦେଇଥିଲେ। ଏହା ପରେ ସେ କୌଣସି ପ୍ରକାରେ ବାପାମାଆଙ୍କ ଘରେ ପହଞ୍ଚି ନିଜର ଚିକିତ୍ସା କରାଇଥିଲେ। ପୀଡିତା କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଛାଡି ତାଙ୍କ ଭଉଣୀଙ୍କ ସହିତ ପଳାଇ ଯାଇଛନ୍ତି।
ସେ ଏକ ଅଭିଯୋଗ ଦାଖଲ କରି ପୁଲିସ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ମାମଲାରେ, ପୁଲିସ କହିଛି ଯେ, ଅଭିଯୋଗ ଗ୍ରହଣ କରାଯାଇଛି। ଉଭୟ ପକ୍ଷଙ୍କୁ ଡକାଯାଇଥିଲା। ଉଭୟ ପକ୍ଷ ଆପୋଷ ବୁଝାମଣାରେ ସହମତ ହୋଇଛନ୍ତି। ଦୁଇ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ହୋଇଛି।
ଅଧିକ ପଢ଼ନ୍ତୁ:ଇସ୍ରାଏଲ ଆକ୍ରମଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ନାଟାଞ୍ଜ ପରମାଣୁ କେନ୍ଦ୍ର : ଆଇଏଇଏ
uttarpradesh | Crime
Follow Us