ହଷ୍ଟେଲ ଝରକା ଫାଙ୍କରୁ ବାପାଙ୍କ କାନ୍ଧ ଉପରେ ବସିଥିବା କୁନି ଭାଇ ହାତରେ ରାଖୀ ବାନ୍ଧିଲେ ଦୁଇଭଉଣୀ

Advertisment
ହଷ୍ଟେଲ ଝରକା ଫାଙ୍କରୁ ବାପାଙ୍କ କାନ୍ଧ ଉପରେ ବସିଥିବା କୁନି ଭାଇ ହାତରେ ରାଖୀ ବାନ୍ଧିଲେ ଦୁଇଭଉଣୀ

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ଅଗଷ୍ଟ ୧୯ ତାରିଖ ଦିନ ରାଖୀ ପୂର୍ଣ୍ଣିମା ପର୍ବକୁ ଧୁମଧାମରେ ପାଳନ କରାଯାଇଛି । ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ ହେଉଛି ରାଖୀ।
ଭାଇ ହାତରେ ଭଉଣୀଟିଏ ରାଖୀ ବାନ୍ଧିବା ପ‌ାଇଁ ରାଖୀ ପୁର୍ଣ୍ଣିମାର  ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଏ।  ଭାଇ ହାତରେ ରଖୀ ବାନ୍ଧି ଭଉଣୀ ଦୀର୍ଘ ଜୀବନ କାମନା କରିଥିବା ବେଳେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥାଏ ।

ଗତକାଲି ରାଜନେତା, କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଭଉଣୀ ହାତରୁ ରାଖୀ ବାନ୍ଧିବା ପରେ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି କ୍ରମରେ ତେଲେଙ୍ଗାନାରୁ ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଭାବବିହ୍ବୋଳ ହୋଇପଡ଼ିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ଅନୁଯାୟୀ, ଛୋଟ ପିଲା ଜଣକ ତାଙ୍କ ବାପାଙ୍କ କାନ୍ଧ ଉପରେ ବସିଛି। ଏହି ସମୟରେ ଦୁଇଜଣ ଝିଅ ଝରକା ଫାଙ୍କ ଦେଇ କୁନିପିଲାଟି ହାତରେ ରାଖୀ ବାନ୍ଧି ଦେଉଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୁଇଜଣ ଝିଅ ହଷ୍ଟେଲରେ ରହି ପାଠପଢ଼ନ୍ତି। ରାଖୀ ପୁର୍ଣ୍ଣିମା ଦିନ ଦୁହେଁ ଘରକୁ  ଯାଇ ପାରି ନଥିଲେ। ତେଣୁ କୁନି ଭାଇ ଦୁଇ ଭଉଣୀ ହାତରୁ ରଖୀ ବାନ୍ଧିବା ପାଇଁ ବାପାଙ୍କ ସାଙ୍ଗରେ ହଷ୍ଟେଲକୁ ଧାଇଁ ଯାଇଥି‌ଲା। କିନ୍ତୁ ହ‌ଷ୍ଟେଲ ପରିଚାଳିକା କୁନି ବାଳକକୁ  ଭିତରକୁ ଯିବାକୁ ଅନୁମତି ଦେଇ ନଥିଲେ।

ଏହାପରେ ଦୁଇଭଉଣୀ ନିଜ କୋଠରି ଭିତରକୁ ଚାଲି ଯାଇ ଭିତରୁ ଥାଇ ଭାଇକୁ ଦେଖିଥିଲେ। ଏହି ସମୟରେ କୁନି ଭାଇ ଝରକା ଫାଙ୍କରେ ହାତ ପୁରାଇ କହିଥିଲା, ‘ଦିଦି ତୁମେ ବ୍ୟସ୍ତ ହୁଅନି ଏଇ ନିଅ ମୋ ହାତରେ  ବାନ୍ଧି ଦିଅ ତୁମ ସ୍ନେହର ରାଖୀ’।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘୫ମିନିଟ ପାଇଁ ଯିବାକୁ ଅନୁମତି ଦେଇଥିଲେ କ’ଣ ଅସୁବିଧା ହୋଇଥାଆନ୍ତି। ବିଚରା ବାଳକ ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ କେତେ ଖୁସିରେ ଧାଇଁ ଯାଇଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe