ହାଥରସ୍ ଗଣଦୁଷ୍କର୍ମ: ସବିଶେଷ ରିପୋର୍ଟ ଦେବାକୁ ଏସଆଇଟିକୁ ମିଳିଲା ଆଉ ୧୦ଦିନ ସମୟ

ହାଥରସ୍ ଗଣଦୁଷ୍କର୍ମ: ସବିଶେଷ ରିପୋର୍ଟ ଦେବାକୁ ଏସଆଇଟିକୁ ମିଳିଲା ଆଉ ୧୦ଦିନ ସମୟ

NDTV.com

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ପୁଙ୍ଖାନୁପୁଙ୍ଖଖ ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ଟିମରେ ୩ ଜଣ ସଦସ୍ୟ ରହିଥିବା ବେଳେ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସବିଶେଷ ରିପୋର୍ଟ ଦେବା ପାଇଁ ଏସଆଇଟିକୁ ୭ଦିନ ସମୟ ଦିଆଯାଇଥିବା ବେଳେ ଆଜି ଏହି ସମୟ ଶେଷ ହେଉଛି। ହେଲେ ଆଜି ରିପୋର୍ଟ ଦାଖଲ କରିବାକୁ ଅସମର୍ଥ ଥିବାରୁ ଏସଆଇଟିକୁ ଆହୁରି ୧୦ଦିନ ସମୟ ଦେଇଛନ୍ତି ସରକାର।

publive-image indiatoday

ସୂଚନା ମୁତାବକ, ଗତ ୧୪ ତାରିଖରେ ପୀଡିତା ନିଜ ଗାଁ କ୍ଷେତରେ ପରିବାର ଲୋକଙ୍କ ସହ ଘାସ କାଟୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଅନ୍ୟତ୍ର ନେଇଯାଥିଲେ। ପରିବାର ଲୋକମାନେ ଟିକେ ଦୂରରେ ଥିବା ସମୟରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଉତ୍ତରୀୟକୁ ବେକରେ ଗୁଡ଼ାଇ ଏପରି ଟାଣିନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ସେ ନିଖୋଜ ହୋଇଯାଇଥିବା ଜାଣି ତାଙ୍କ ମାଆ ଖୋଜାଖୋଜି କରିବା ପରେ ନିକଟ ବାଜରା କ୍ଷେତରେ ପୀଡ଼ିତାଙ୍କୁ ମୁମୂର୍ଷୁ ତଥା ଉଲଗ୍ନ ଅବସ୍ଥାରେ ପାଇଥିଲେ। ପୀଡ଼ିତାଙ୍କର ମୃତ୍ୟୁ ପାଇଁ ପୁଲିସର ଅବହେଳାକୁ ପରିବାର ଲୋକେ ଦାୟୀ କରିଥିଲେ। ପୁଲିସକୁ ଘଟଣା ସମ୍ପର୍କରେ ତୁରନ୍ତ ସେମାନେ ଜଣାଇଥିଲେ ବି ଚାରି ପାଞ୍ଚ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ପରେ ୪ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ପରିବାର ଲୋକଙ୍କୁ ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ଅନୁମତି ନଦେଇ ଶବ ସତ୍କାର କରିଦେବା ଖବର ଏବେ ଉତ୍ତରପ୍ରଦେଶ ପୁଲିସର ଛବିକୁ ଖରାପ କରିଥିଲା | ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ଉତ୍ତରପ୍ରଦେଶ ସରକାର ଏସଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe