ଉବର୍‌ ଡ୍ରାଇଭରଙ୍କ ଦ୍ୱାରା ଅଶାଳୀନ ଆଚରଣର ଶିକାର ହେଲେ ମହିଳା ସାମ୍ବାଦିକା

Advertisment
ଉବର୍‌ ଡ୍ରାଇଭରଙ୍କ ଦ୍ୱାରା ଅଶାଳୀନ ଆଚରଣର ଶିକାର ହେଲେ ମହିଳା ସାମ୍ବାଦିକା

Inshorts

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଜନୈକା ମହିଳା ସାମ୍ବାଦିକା ତାଙ୍କ ସ୍ୱାମୀଙ୍କ ସହ ଏକ ଉବର୍‌ କାବ୍‌ରେ ଯାତ୍ରା କରୁଥିବା କାଳରେ ସଂପୃକ୍ତ କାବ୍‌ର ଡ୍ରାଇଭର ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। କାବ୍‌ ଡ୍ରାଇଭରଙ୍କ ଦ୍ୱାରା ଅଶାଳୀନ ଓ ଅଭଦ୍ରୋଚିତ ଆଚରଣର ଶିକାର ହେବା ପରେ ସଂପୃକ୍ତା ମହିଳା ସାମ୍ବାଦିକା ଜଣକ ଘଟଣା ସଂପର୍କରେ ଟୁଇଟ୍‌ କରି ଉବର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଅପର ପକ୍ଷରେ ଉବର କର୍ତ୍ତୃପକ୍ଷ ଡ୍ରାଭରଙ୍କର ଏପ୍ରକାରର ଆଚରଣ ପାଇଁ ଦୁଃଖ ପ୍ରକାଶ କରିବା ସହ ଘଟଣା ସଂପର୍କର୍ରେ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।


ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ମହିଳା ସାମ୍ବାଦିକା ଅମ୍ରିତା ଦାସ ତାଙ୍କ ସ୍ୱାମୀଙ୍କ ସହ ଏକ ଉବର କାବ୍‌ରେ ଯାତ୍ରା କରୁଥିବା ବେଳେ ଗାଡ଼ିର ଏସି ଚଳାଇବା ପାଇଁ ଡ୍ରାଇଭରଙ୍କୁ କହିଥିଲେ। ହେଲେ, ଉବର୍‌ର ଡ୍ରାଇଭର ଜଣକ ଏସି ଚଳାଇବାକୁ ମନା କରିଦେବା ସହ କହିଥିଲେ, ‘ଯଦି ଏତେ ଗରମ ହେଉଛି... ଆସ ମୋ କୋଳରେ ବସିବ...’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe