ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟଅପରାଧୀଙ୍କ ସ୍କେଚ୍‌ ଜାରି କଲା ଏସଆଇଟି

Advertisment
ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟଅପରାଧୀଙ୍କ ସ୍କେଚ୍‌ ଜାରି କଲା ଏସଆଇଟି

ବେଙ୍ଗାଲୁର: ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ସନ୍ଦିଗ୍ଧ ଅପରାଧୀମାନଙ୍କ ସ୍କେଚ୍‌ ଆଜି (ଶନିବାର) ଜାରି କରିଛି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା( ଏସଆଇଟି)। ଏଥିରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତିଙ୍କର ୩ଟି ସ୍କେଚ୍‌ ରହିଛି। ସେହିପରି ସେମାନେ କେଉଁ ଅଞ୍ଚଳରେ ରହିଥାଇ ପାରନ୍ତି ସେ ନେଇ ବିଶେଷ ସୁରାକ ଦେଇ ପାରି ନାହିଁ ଏସଆଇଟି। ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ବିକେ ସିଂହ କହିଛନ୍ତି ଯେ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ପ୍ରମୁଖ ଦୁଇ ଅଭିଯୁକ୍ତଙ୍କୁ ଏସଆଇଟିର ଟେକ୍ନିକାଲ ଟିମ୍‌ର ସୂଚନା ଓ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଚିହ୍ନଟ କରାଯାଇଛି। ସେହି ଆଧାରରେ ଆମେ ସ୍କେଚ୍‌ ପ୍ରସ୍ତୁତ କରି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜାରି କରିଛୁ।

ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରିଛି ଏସଆଇଟି। ଅପରାଧୀମାନେ ହତ୍ୟାକାଣ୍ଡର ଏକ ମାସ ପୂର୍ବରୁ ବେଙ୍ଗାଲୁରରେ ରହୁଥିଲେ। ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତମାନେ ରେକି କରିଥିଲେ ବୋଲି ଏସଆଇଟି କହିଛି। ତେବେ ହତ୍ୟାକାଣ୍ଡ ସହିତ ଗୌରୀ ଲଙ୍କେଶଙ୍କ ବୃତ୍ତିଗତ ଜୀବନର ସମ୍ପର୍କ ନାହିଁ ବୋଲି ଏସଆଇଟି ସ୍ପଷ୍ଟ କରିଛି।

ଶ୍ରୀ ସିଂହ କହିଛନ୍ତି,  ଅଭିଯୁକ୍ତମାନେ ଅପରାଧ ଘଟାଇବାର ୪ ସପ୍ତାହ ପୂବରୁ ଆସି ବେଙ୍ଗାଲୁରରେ ରହୁଥିଲେ। ସେମାନେ କିପରି ଗୌରୀ ଲଙ୍କେଶଙ୍କୁ ହତ୍ୟା କରିବେ ସେ ନେଇ ଗୌରୀଙ୍କ ଘର ଆଗରେ ରେକି ମଧ୍ୟ କରିଥିଲେ। ତେଣୁ ଏହି ସ୍କେଚ ଜାରି କରି ଆମେ ଲୋକମାନଙ୍କୁ ଅନୁରୋଧ କରୁଛି କି ସେମାନେ ଏହି ଫଟୋ ଦ୍ୱାରା ଅପରାଧୀମାନଙ୍କୁ ଚିହ୍ନଟ କରନ୍ତୁ ଓ ଯଦି ଅପରାଧୀମାନେ ପୂର୍ବରୁ ସେମାନଙ୍କ ଅଞ୍ଚଳରେ ରହୁଥିଲେ ତେବେ ପୁଲିସରେ ସେ ସମ୍ପର୍କରେ ସୂଚନା ଦିଅନ୍ତୁ ବୋଲି ଶ୍ରୀ ସିଂହ ଅନୁରୋଧ କରିଛନ୍ତି।  ଯଦିଓ ଅପରାଧୀ ଦୁଇଜଣ, ତେବେ ସ୍କେଚରେ ୩ଟି ମୁହଁ ଦେବାର କାରଣ ହେଉଛି ଏହା ଭିନ୍ନ ଭିନ୍ନ ଲୋକଙ୍କ ସୂଚନା ଆଧାରରେ ଭିନ୍ନ ଭିନ୍ନ ଆର୍ଟିଷ୍ଟଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଶ୍ରୀ ସିଂହ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ନେଇ ଆମେ ୨୫୦ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରି ପଚରାଉଚରା କରିଛୁ।

publive-image ଶ୍ରୀ ସିଂହ କହିଛନ୍ତି ଯେ ଅପରାଧୀଙ୍କ ବୟସ ୨୫ରୁ ୩୫ ବର୍ଷ  ମଧ୍ୟରେ ହେବେ ବୋଲି ଅନୁମାନ କରାଯାଉଛି। ସେମାନେ ହତ୍ୟାକାଣ୍ଡ ସମୟରେ ବ୍ୟବହାର କରିଥିବା ବାଇକଟିକୁ ଆମେ ଖୋଜୁଛୁ। ଆମେ ଏଥିରେ ଜନସାଧାରଣଙ୍କ ସହଯୋଗ କାମନା କରୁଛୁ ବୋଲି ଶ୍ରୀ ସିଂହ କହିଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହ କହିଛି ଯେ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ସହିତ ତାଙ୍କ ବୃତ୍ତିଗତ ଜୀବନର କିଛି ସମ୍ପର୍କ ଅଛି କି ନାହିଁ ସେ ନେଇ ଆମେ ତଦନ୍ତ କରି ସାରିଛୁ। ଏଥିରୁ ଜଣାପଡ଼ିଛି ଯେ ତାଙ୍କ ହତ୍ୟାକାଣ୍ଡ ସହିତ ବୃତ୍ତିିଗତ ଜୀବନର କୌଣସି ସମ୍ପର୍କ ନାହିଁ । ହତ୍ୟାକାଣ୍ଡର ଅନ୍ୟ ଦିଗ ଯଥା ତାଙ୍କ ବ୍ୟକ୍ତିଗତ ଜୀବନ, ଜଣେ ସାମାଜିକ କର୍ମକର୍ତ୍ତାଭାବେ ତାଙ୍କ କାର୍ଯ୍ୟକଳାପ ଆଦି ଦିଗ ଉପରେ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି।publive-image

ଏହି ହତ୍ୟାକାଣ୍ଡରେ ବ୍ୟବହୃତ କାଟ୍ରିଜ୍‌ର କୁଲବର୍ଗୀଙ୍କ ହତ୍ୟାକାଣ୍ଡ ସହିତ ସମାନତା ଅଛି କି ନାହିଁସେ ନେଇ ଏ ପର୍ଯ୍ୟନ୍ତ ତଦନ୍ତ ହୋଇ ନାର୍ହିଁ ବୋଲି ଶ୍ରୀ ସିଂହ କହିବା ସହିତ ଉଭୟ କ୍ଷେତ୍ରରେ ଅପରାଧୀମାନଙ୍କ ସ୍କେଚ୍‌ ତିଆରି ପାଇଁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିଛି ବୋଲି  କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe