ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ତଦନ୍ତ ପାଇଁ, ଏସ୍‌ଆଇଟି ଗଠନ କଲେ ତେଲେଙ୍ଗାନା ସରକାର

Advertisment
ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ତଦନ୍ତ ପାଇଁ, ଏସ୍‌ଆଇଟି ଗଠନ କଲେ ତେଲେଙ୍ଗାନା ସରକାର

dna india

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଗଠନ ହୋଇଛି। ଘଟଣାରେ ତଦନ୍ତ ପାଇଁ ତେଲେଙ୍ଗାନା ସରକାର ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି। ରାଚାକୋଣ୍ଡା ପୁଲିସ କମିସନର ମହେଶ ଏମ୍‌ ଭାଗୱତ ଏହି ସ୍ବତନ୍ତ୍ର ଟିମ୍‌ର ନେତୃତ୍ବ ନେବେ। ଏସ୍‌ଆଇଟିରେ ଜଣେ ମହିଳା ଅଧିକାରୀଙ୍କ ସମେତ ରାଜ୍ୟର ବିଭିନ୍ନ ଅଂଶରୁ ଅଧିକାରୀମାନେ ସାମିଲ ହୋଇଛନ୍ତି। ଏସ୍‌ଆଇଟି ତଦନ୍ତ କାର୍ଯ୍ୟ ଶେଷ କରିବାପରେ ବିସ୍ତୃତ ରିପୋର୍ଟ କୋର୍ଟରେ ଦାଖଲ କରିବେ। ଅନ୍ୟପଟେ ଏନକାଉଣ୍ଟରରେ ନିହତ ହୋଇଥିବା ଅଭିଯୁକ୍ତମାନଙ୍କ ଶବକୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ୧୩ ତାରିଖରେ ସୁପ୍ରିମ କୋର୍ଟରେ ହେବାକୁ ଥିବାରୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe