ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଲିଙ୍କ୍‌ର ତଦନ୍ତ କରିବ ଏସ୍‌ଆଇଟି

Advertisment
ଜେଲ୍‌ ଭିତରୁ ଚାଲିଛି ଅପରେସନ୍: ସୁଧୁରୁନି ଦୁର୍ଦାନ୍ତ ଲରେନ୍ସ ବିଷ୍ଣୋଇ

YesPunjab.com

ଅମୃତସର : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଆଜି କହିଛି ଯେ ମୁସେୱାଲାଙ୍କୁ ହତ୍ୟା କରି ହତ୍ୟାକାରୀମା‌ନେ ଯେଉଁ ରାସ୍ତାରେ ଯାଇଥିଲେ ସେ ବାବଦରେ ସବୁ ତଥ୍ୟ ହାସଲ ହୋଇଛି । ଫିରୋଜପୁର ଏବଂ ଭଟିଣ୍ଡା ଜେଲ୍‌ରେ ଥିବା ୨ ଜଣଙ୍କୁ ଜେରା ପାଇଁ ଅଣାଯାଇଛି ଏବଂ ସେମାନଙ୍କୁ ୫ ଦିନ ହାଜତରେ ରଖାଯିବ।

ଏସ୍‌ଆଇଟି ମୁଖ୍ୟ ଏବଂ ମାନ୍‌ସା ଜିଲ୍ଲାର ବରିଷ୍ଠ ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ଗୌରବ ତୁରା କହିଛନ୍ତି, ହତ୍ୟା ପାଇଁ ଅପରାଧୀମାନେ ‌ଯେଉଁ ରାସ୍ତାକୁ ବାଛିଥିଲେ ଏବଂ ଯେଉଁ ଉପାୟରେ ଖସିଥିଲେ ସେ ସଂକ୍ରାନ୍ତ ସବୁ ତଥ୍ୟ ମିଳିଛି । ଇତି ମଧ୍ୟରେ ଏସ୍‌ଆଇଟି ଉକ୍ତ ମାମଲାରେ ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇକୁ ନେଇ ମିଳିତ ତଦନ୍ତ କରିବାକୁ ଦିଲ୍ଲୀ ପୁଲିସକୁ ଅନୁରୋଧ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ ବିଷ୍ଣୋଇର ଗ୍ୟାଙ୍ଗ୍‌ ମୁସେୱାଲା ହତ୍ୟା ମାମଲା‌ରେ ସମ୍ପୃକ୍ତ। ଏସ୍‌ଏସପି ତୁରା କହିଛନ୍ତି, ପୁଲିସକୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି ଏବଂ ଏହି ସୂଚନା ଆଧାର‌ରେ ଅଭିଯୁକ୍ତକୁ ଗିରଫ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe