ମୃତ୍ୟୁ ପୂର୍ବରୁ ୩୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ବସ ଚାଳକ

Advertisment

ବିହାରର ସୀତାମଢ଼ିରେ ବସ୍ ଚଳାଉଥିବା ଜଣେ ଚାଳକ ମୃତ୍ୟୁ ପୂର୍ବରୁ ରାସ୍ତା ଉପରେ ବସ ଅଟକାଇ ବଞ୍ଚାଇଲେ ୩୦ରୁ ଅଧିକ ଯାତ୍ରୀଙ୍କ ଜୀବନ। ବସ ଚଲାଉଥିବା ବେ‌ଳେ ହୃଦଘାତରେ ହେଲା ଚାଳକଙ୍କ ମୃତ୍ୟୁ।

ବିହାରର ସୀତାମଢ଼ିରେ ବସ୍ ଚଳାଉଥିବା ଜଣେ ଚାଳକ ମୃତ୍ୟୁ ପୂର୍ବରୁ ରାସ୍ତା ଉପରେ ବସ ଅଟକାଇ ବଞ୍ଚାଇଲେ ୩୦ରୁ ଅଧିକ ଯାତ୍ରୀଙ୍କ ଜୀବନ। ବସ ଚଲାଉଥିବା ବେ‌ଳେ ହୃଦଘାତରେ ହେଲା ଚାଳକଙ୍କ ମୃତ୍ୟୁ।

eZG


ନୂଆଦିଲ୍ଲୀ: ବିହାରର ସୀତାମଢ଼ିରେ ବସ୍ ଚଳାଉଥିବା ଜଣେ ଚାଳକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ନଭେମ୍ବର ୧୬ ତାରିଖ ସୀତାମଢ଼ିର ଆଜାଦ ଚୌକରେ ଏକ ସରକାରୀ ବସ ଚାଳକଙ୍କ ବସ ଚଲାଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଭଳ ଲାଗୁ ନଥିବା ଅନୁଭବ କରି ଚାଳକ ଜଣକ ଆଗକୁ ବସ ଚଲାଇ ଗଲେ କାଳେ କୌଣସି ଅଘଟଣ ଘଟିଯିବ ସେଥିପାଇଁ ଉପସ୍ଥିତ ବୁଦ୍ଧି ଖଟାଇ ସେ ବହୁତ କଷ୍ଟରେ ବସକୁ ବ୍ରେକ ମାରି ରାସ୍ତା ଉପରେ ଅଟକାଇ ଦେଇଥିଲେ। ‌

ବସ ଅଟକିବାର କିଛି ସମୟ ମଧ୍ୟରେ କେହି କିଛି ବୁଝିବା ପୂର୍ବରୁ ଚାଳକ ସିଟରେ ଟଳି ପଡ଼ିଥିଲେ।ସଙ୍ଗେସଙ୍ଗେ ବସ କ‌ଣ୍ଡେକ୍ଟର ଓ କିଛିଲୋକ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇ ଯାଇଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଚାଳକଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe