ପ୍ରଧାନ ବିଚାରପତିଙ୍କ ନାମରେ ମହାଭିଯୋଗ ଆଣିବାକୁ ବିରୋଧୀଦଳ ବିଚାର କରୁଛନ୍ତି- ସୀତାରାମ ୟେଚୁରୀ

ପ୍ରଧାନ ବିଚାରପତିଙ୍କ ନାମରେ ମହାଭିଯୋଗ ଆଣିବାକୁ ବିରୋଧୀଦଳ ବିଚାର କରୁଛନ୍ତି- ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ କେସ୍‌ ଆବଣ୍ଟନକୁ ନେଇ ଚାରି ଜଣ ବିଚାରପତି ଓ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ମଧ୍ୟରେ ଚାଲିଥିିବା ବିବାଦରେ ମୁଣ୍ଡ ପୁରାଇଛି ସିପିଆଇଏମ। ସିପିଏମ ମହାସଚିବ ସୀତାରମ ୟେଚୁରୀ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନାମରେ ବିରୋଧୀ ଦଳଗୁଡ଼ିକ ମହାଭିଯୋଗ ଆଣିବା ପାଇଁ ଆଲୋଚନା କରୁଥିବା ଗତ ମଙ୍ଗଳବାର ଦିନ କହି ସୁପ୍ରିମ କୋର୍ଟ ବିବାଦକୁ ନୂଆ ମୋଡ଼ ଦେଇଛନ୍ତି।
ଶ୍ରୀ ୟେଚୁରୀ କହିଛନ୍ତି ଯେ ନ୍ୟାପାଳିକାର ସ୍ୱାଧୀନତା ଓ ସଂହତି ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ସଂସଦରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣି ହଁ ଏହିି ବିବାଦର ସମାଧାନ କରିବା ଦିଗରେ ବ୍ୟବସ୍ଥାପିକା ପାଖରେ ଏକମାତ୍ର ବିକଳ୍ପ ରହିଛି ବୋଲି ଶ୍ରୀ ୟେଚୁରି କହିଛନ୍ତି। ଉଦ୍ଦେଶ୍ୟ ହେଉଛି ବ୍ୟବସ୍ଥାକୁ ଠିକ୍‌ ରାସ୍ତାରେ ପରିଚାଳିତ କରିବା। ଗଣତନ୍ତ୍ର ଓ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏ ନେଇ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କାର୍ଯ୍ୟ କରିବାକୁ ଶ୍ରୀ ୟେଚୁରି କହିଛନ୍ତି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ନିଜ ମୁହଁ ଖୋଲି ନାହିଁ। କେତେକ ଏହାକୁ ଗୁରୁତ୍ୱପୂର୍ଣ୍ଣ କହି ଦଳର ବରିଷ୍ଟ ନେତାମାନଙ୍କ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି କହି ଥିବା ବେଳେ ଅନ୍ୟ କେତେକ କଂଗ୍ରେସ ନେତା ଏହାକୁ ଅତ୍ୟଧିକ ମାତ୍ରା ଦର୍ଶାଇ ଏ ପ୍ରକାର ନିଷ୍ପତ୍ତିକୁ ପରୋକ୍ଷରେ ବିରୋଧ କରିଛନ୍ତି।

publive-image
ତେବେ ଯଦି ୟେଚୁରିଙ୍କ ବୟାନକୁ ଗୁରୁତର ସହିତ ନିଆଯାଏ ତେବେ ପ୍ରଧାନ ବିଚାରପତିଙ୍କ ମହାଭିିଯୋଗ ପ୍ରସ୍ତାବ ବିରୋଧୀ ଦଳଗୁଡ଼ିକ ରାଜ୍ୟସଭାରେ ଆରମ୍ଭ କରିବେ। କାରଣ ରାଜ୍ୟ ସଭାରେ ବିରୋଧୀ ଦଳ ସଂଖ୍ୟାଗରିଷ୍ଠ ରହିଛି। ସୂଚନାଯୋଗ୍ୟ ଯେ ମହାଭିଯୋଗ ପାଇଁ ସଂସଦରେ ଦୁଇ ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ତେଣୁ ମହାଭିଯୋଗ ସଂସଦରେ ଗୃହୀତ ହେବା ଏକ ପ୍ରକାର ଅସମ୍ଭବ। କାରଣ ବିଜେପି ବୀରୋଧୀ ଦଳଗୁଡ଼ିକର ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ।ଏପରିକି ଜଣ ବରିଷ୍ଠ ବିଜେପି ନେତା କହିଛନ୍ତିିି ଯେ ବିରୋଧୀଦଳଗୁଡ଼ିକ ଏହା ଦ୍ୱାର ନ୍ୟାୟପାଳିକା ଉପରେ ଚାପ ପକାଇବା ଓ ଭୟ ଦେଖାଇବାକୁ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe