photo-jansatta
ନୂଆଦିଲ୍ଲୀ : ଧୀମେଇ ଯାଉଥିବା ଭାରତୀୟ ଅର୍ଥନୀତିକୁ ପୁଣି ଥରେ ସୁଧାରିବାକୁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୋଦୀ ସରକାର । ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ସରକାର ଆଗାମୀ ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଜାତୀୟ ଭିତ୍ତିଭୂମି ପାଇପଲାଇନ(ଏନଆଇପି)’ ଘୋଷଣା କରିଛନ୍ତି ।
ଏ ସଂପର୍କରେ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁସାରେ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏହି ଟାସ୍କଫୋର୍ସ ଆସନ୍ତା ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ବ୍ୟୟ ପାଇଁ ପ୍ରକଳ୍ପ ଚିହ୍ନଟ ଓ ଯୋଜନା ପ୍ରସ୍ତୁତ କରିବ । ଏହି ୧୦୨ ଲକ୍ଷ କୋଟି ବ୍ୟୟ ମାଧ୍ୟମରେ ଭାରତ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି ।
ଏହି ୧୦୨ ଲକ୍ଷ କୋଟି ମଧ୍ୟରୁ ସଡ଼କ କ୍ଷେତ୍ର ପାଇଁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା, ଶକ୍ତି ପ୍ରକଳ୍ପ ପାଇଁ ୨୫ ଲକ୍ଷ କୋଟି ଟଙ୍କା, ରେଳ ପ୍ରକଳ୍ପ ପାଇଁ ୧୪ ଲକ୍ଷ କୋଟି ଟଙ୍କା, ବିମାନ ଚଳାଚଳ କ୍ଷେତ୍ର ପାଇଁ ୨.୫ ଲକ୍ଷ କୋଟି ଟଙ୍କା, ଗ୍ରାମୀଣ ବିକାଶ, କୃଷି ଓ ଜଳସେଚନ ଆଦି ପାଇଁ ୧୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ୧୦୨ ଲକ୍ଷ କୋଟି ମଧ୍ୟରୁ ଘରୋଇ କ୍ଷେତ୍ରର ୨୨% ଯୋଗଦାନ ରହିବ ।
Follow Us