ଇଂଲଣ୍ଡ ମନ୍ତ୍ରୀଙ୍କ ଦ୍ୱାରା ଅପମାନିତ ହୋଇଥିବା ଖବରକୁ ଖଣ୍ଡନ କଲେ ସୀତାରମଣ

Advertisment
ଇଂଲଣ୍ଡ ମନ୍ତ୍ରୀଙ୍କ ଦ୍ୱାରା ଅପମାନିତ ହୋଇଥିବା ଖବରକୁ ଖଣ୍ଡନ କଲେ ସୀତାରମଣ

ଲଣ୍ଡନ/ନୂଆଦିଲ୍ଲୀ: ଇଂଲଣ୍ଡର ଏକ ‘ଭିତ୍ତିହୀନ’ ଖବର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏକ ଦ୍ୱିପାକ୍ଷିକ ବୈଠକ ନିମନ୍ତେ କରାଯାଇଥିବା ଅନୁରୋଧକୁ ସୀତାରମଣଙ୍କ ପ୍ରତିପକ୍ଷ ଗେଓ୍ଵିନ୍‌ ଓ୍ଵିଲିୟମ୍‌ସନ୍‌ ଅଗ୍ରାହ୍ୟ କରିଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା।

ମାସେ ପୂର୍ବରୁ ଭାରତୀୟ ଅଧିକାରୀମାନଙ୍କ ଦ୍ୱାରା ବୈଠକ ନିମନ୍ତେ ଅନୁରୋଧ କରାଯାଇଥିଲା। ବୈଦେଶିକ ସଚିବ ବୋରିସ୍‌ ଜନ୍‌ସନ୍‌ ସମେତ ଅନ୍ୟୂନ ଦୁଇ ଜଣ ବ୍ରିଟିସ୍‌ ମନ୍ତ୍ରୀ ସୀତାରମଣଙ୍କ ନିମେନ୍ତ ସମୟ ବାହାର କରିବା ଗୁରୁତ୍ୱ ଉପରେ ଓ୍ଵିଲିୟମ୍‌ସନ୍‌ଙ୍କୁ ବୁଝାଇଥିଲେ।

ସୀତାରମଣ ଟୁଇଟ୍‌ କରିଛନ୍ତି ଯେ ‘ସଣ୍ଡେ ଟାଇମ୍‌ସ୍‌’ର ଭିତ୍ତିହୀନ ଖବରରେ ମୁଁ ଅସନ୍ତୁଷ୍ଟ। ଇଂଲଣ୍ଡ ଓ ଭାରତ ମଧ୍ୟରେ ମିତ୍ରତା ନିବିଡ଼। ବୈଠକ ନିମନ୍ତେ ଦୁଇ ପକ୍ଷଙ୍କୁ ସୁହାଇବା ଭଳି ତାରିଖ ଧାର୍ଯ୍ୟ କରାଯାଉଛି। ମୁଁ ସେ ସମୟକୁ ଅପେକ୍ଷା କରିଛି।

ଓ୍ଵିଲିୟମ୍‌ସନ୍‌ ମଧ୍ୟ ଟୁଇଟ୍‌ର ଉତ୍ତର ଦେବାକୁ ଯାଇ ଲେଖିଛନ୍ତି: ଆଉ ମୁଁ ମଧ୍ୟ ସେ ସମୟକୁ ଅନାଇ ବସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe