ନିୟନ୍ତ୍ରଣ ରେଖାରେ କୌଣସି ମୁହୂର୍ତ୍ତରେ ବି ବିଗିଡ଼ି ପାରେ ସ୍ଥିତି, ପୂରା ପ୍ରସ୍ତୁତ ରହିବାକୁ ପଡ଼ିବ : ସେନାଧ୍ୟକ୍ଷ ରାୱତ୍

Advertisment
ନିୟନ୍ତ୍ରଣ ରେଖାରେ କୌଣସି ମୁହୂର୍ତ୍ତରେ ବି ବିଗିଡ଼ି ପାରେ ସ୍ଥିତି, ପୂରା ପ୍ରସ୍ତୁତ ରହିବାକୁ ପଡ଼ିବ : ସେନାଧ୍ୟକ୍ଷ ରାୱତ୍

Daily Excelsior

ନୂଆଦିଲ୍ଲୀ:  ପାକିସ୍ତାନ ସୀମାକୁ ଲାଗିଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲଓସି) ଅର୍ଥାତ ନିୟନ୍ତ୍ରଣ ରେଖାରେ କୌଣସି ବି ସମୟରେ ସ୍ଥିତି ବିଗିଡ଼ି ପାରେ । ତେଣୁ ପ୍ରତ୍ୟେକ ପରିସ୍ଥିତିରେ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବୁଧବାର ସେନା ପ୍ରମୁଖ ବିପିନ୍‌ ରାଓ୍ଵତ ସୂଚନା ଦେଇଛନ୍ତି।

ସେନାଧ୍ୟକ୍ଷ  ରାଓ୍ଵତ କହିଛନ୍ତି, ‘ପାକିସ୍ତାନ ଏମିତି ଏକ ଦେଶ, ଯିଏକି ନିଜକୁ ଶେଷ କରିବା ପାଇଁ ଆଗେଇ ଆସୁଛି। ଏବେ ପାକିସ୍ତାନର ସ୍ଥିତି ଏମିତି  କି ତାହା ଆପଣଛାଏଁ ଅନିୟନ୍ତ୍ରିତ ଅବସ୍ଥାକୁ ଚାଲି ଯାଉଛି। ପାକିସ୍ତାନକୁ ନିୟନ୍ତ୍ରଣକୁ ଆଣିବାର କୌଣସି ଆବଶ୍ୟକତା ନାହିଁ। ଆମକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଦରକାର ପଡ଼ିବ ନାହିଁ। ପାକିସ୍ତାନ ନିଜକୁ ଶେଷ କରିବା ରାସ୍ତାରେ ଚାଲୁଛି ।’

publive-image Outlook India

ଗତ କିଛିଦିନ ତଳେ ସଂସଦରେ ଶୀତ ଅଧିବେଶନରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ  ଜି. କିସନ୍‌ ରେଡ୍ଡି ବି ନିୟନ୍ତ୍ରଣ ରେଖାରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲଂଘନକୁ ନେଇ ଆଲୋଚନା କରିଥିଲେ। ଗତ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ପଡୋଶୀ ପାକିସ୍ତାନ ୩ମାସ ମଧ୍ୟରେ ୯୫୦ ଥର ଅସ୍ତ୍ରବିରତି ଉଲଂଘନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe