ଲୋକାଲ୍‌ ଟ୍ରେନ୍‌ର ଚଳାଚଳକୁ ନେଇ ସ୍ଥିତି ଅସ୍ପଷ୍ଟ

Advertisment
ଖେଳାଳିଙ୍କୁ ମିଳିବନି ରେଳ ଯାତ୍ରାରେ ରିହାତି

Republic World

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁଁ ଗତ ମାର୍ଚ୍ଚ ୨୫ରୁ ରେଳସେବାକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ କରୋନା ସ୍ଥିତିକୁ ସମୀକ୍ଷା କରାଯାଇ ମେ’ ମାସରୁ ପର୍ଯ୍ୟାୟକ୍ରମେ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହା କେବଳ ସୀମିତ ସଂଖ୍ୟାରେ ଥିଲା। ବର୍ତ୍ତମାନ ଦେଶରେ କରୋନା ସଙ୍କଟ ମଧ୍ୟରେ ସତର୍କତାମୂଳକ ପଦକ୍ଷେପ ସହିତ ଅନେକ ବ୍ୟବସ୍ଥା ସ୍ୱାଭାବିକ ହେବାକୁ ଲାଗିଛି। ହେ‌ଲେ, ଲୋକାଲ ଟ୍ରେନଗୁଡ଼ିକର ଚଳାଚଳ ନେଇ ସ୍ଥିତି ଏବେ ବି ଅସ୍ପଷ୍ଟ ରହିଛି।

ଲୋକାଲ୍‌ ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥାଏ ଏବଂ ଅନେକ ସମୟରେ ସ୍ଥିତି ନିୟନ୍ତ୍ରଣ ବାହାରେ ଚାଲିଯାଇଥିବାର ଦୃଷ୍ଟାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଶତପ୍ରତିଶତ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ସମ୍ଭବପର ନୁହେଁ ବୋଲି କୁହାଯାଉଛି। ବର୍ତ୍ତମାନ ରାଜ୍ୟମାନଙ୍କରେ କରାନା ମହାମାରୀ ପ୍ରକୋପ ଯୋଗୁଁ ଲୋକାଲ୍‌ ଟ୍ରେନ କାଁଭାଁ ଚଳାଚଳ କରୁଛି। ରେଳ ମନ୍ତ୍ରାଳୟର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ କହିବା ଅନୁସାରେ ରାଜ୍ୟମାନଙ୍କରେ ଲୋକାଲ ଟ୍ରେନଗୁଡ଼ିକର ଚଳାଚଳ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଥମେ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ସେମାନେ କେଉଁ ପ୍ରକାର ପ୍ରୋଟୋକଲ୍‌ ନିର୍ଦ୍ଧାରଣ କରିବେ। ଏତଦ୍‌ବ୍ୟତୀତ ଏହାକୁ ନେଇ ରେଳ ମନ୍ତ୍ରାଳୟ କେତେଦୂର ସହମତି ପ୍ରଦାନ କରିବ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଅବସରପ୍ରାପ୍ତ ଅଧିକାରୀ ଜଣକ କହିଛନ୍ତି।

ସୂତ୍ର ଅନୁସାରେ ଦୀପାବଳୀ ପରେ କିଛି ରାଜ୍ୟ ରେଲବାଇ ସହିତ ଲୋକାଲ ଟ୍ରେନ ଚଳାଚଳ ଉପରେ ବୈଠକ କରିବେ ବୋଲି ଜଣାପଡ଼ିଥିଲେ ମଧ୍ୟ ଓଡ଼ିଶାର ଆଭିମୁଖ୍ୟ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ପାରିନାହିଁ। ଅପରପକ୍ଷେ କରୋନା କାଳରେ ଯେଉଁଭଳି ଭାବେ ଶ୍ରମିକ ସ୍ପେଶାଲ ଟ୍ରେନ୍, ମେଲ୍ ଏକ୍‌ସପ୍ରେସ୍ ଟ୍ରେନ୍ ଗୁଡ଼ିକର ପରିଚାଳନା ରେଲୱେ ଦ୍ୱାରା କରାଯାଇଥିଲା ସେଥିରେ ରାଜ୍ୟ ସରକାରଙ୍କର ସହମତି ରହିଥିଲା। ଏମିତିରେ ରାଜ୍ୟରେ ଲୋକାଲ୍‌ ଟ୍ରେନ ଚଳାଚଳ କରିବା ପାଇଁ ରାଜ୍ୟ ସରକାରଙ୍କ କୋର୍ଟରେ ବଲ୍ ରହିଛି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଦିଲ୍ଲୀ ଓ କୋଲକାତାରେ ମେଟ୍ରୋ ରେଳ ଚଳାଚଳ ଓ ମୁମ୍ବାଇରେ ଲୋକାଲ୍‌ ଟ୍ରେନ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବା ପଛରେ ରାଜ୍ୟ ସରକାରଙ୍କର ଭୂମିକା ରହିଥିଲା। ବର୍ତ୍ତମାନ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାର ଲୋକାଲ ଟ୍ରେନ୍‌ ଚଳାଚଳ ପାଇଁ ପ୍ରୟାସ ଆରମ୍ଭ କରିଥିବାର ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe