ଶିବସେନାର ପ୍ରାଧାନ୍ୟ କମୁଛି

Advertisment
ଶିବସେନାର ପ୍ରାଧାନ୍ୟ କମୁଛି

Mysuru Today

ନୂଆଦିଲ୍ଲୀ : ଗତ ୧୯ ତାରିଖରେ ଶିବସେନାର ୫୩ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟ ଅତିଥି ହୋଇଥିଲେ। ଫଡ଼ନାବିସ ପ୍ରଥମେ ଶିବସେନା ପ୍ରତିଷ୍ଠାତା ବାଲ୍‌ ଥାକରେଙ୍କୁ ମନେ ପକାଇବା ପରିବର୍ତ୍ତେ କହିଥିଲେ ଯେ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ଉଦ୍ଦେଶ୍ୟରେ ବିଜେପି ଏବଂ ଶିବସେନା ଏକାଠି ନିର୍ବାଚନ ଲଢ଼ିଛନ୍ତି। ଦିନେ ମୁମ୍ବାଇରେ ଶିବସେନା ବିଶାଳ ସମ୍ମାନର ଅଧିକାରୀ ଥିଲା। କିନ୍ତୁ ଏବେ ଏହା ‌ ମେଣ୍ଟ ସହଯୋଗୀ ବିଜେପିର ଦୟାର ପାତ୍ର ଭଳି ରହିଯାଇଥିବା କୁହାଯାଉଛି। ଶିବସେନାର ପ୍ରତ୍ୟେକଟି ପ୍ରତିଷ୍ଠା ଦିବସରେ ‌କେବଳ ଦଳୀୟ ସଦସ୍ୟମାନେ ହିଁ ଯୋଗ ଦିଅନ୍ତି। ଦଳ ବାହାରୁ ଅନ୍ୟ କୌଣସି ବ୍ୟକ୍ତି ଉକ୍ତ ଉତ୍ସବରେ ସାମିଲ ହୁଅନ୍ତି ନାହିଁ। କିନ୍ତୁ ପ୍ରଥମ ଥର ପାଇଁ ଫଡ଼ନାବିସଙ୍କୁ ଶିବସେନା ଏହାର ପ୍ରତି‌ଷ୍ଠା ଦିବସରେ ମୁଖ୍ୟ ଅତିଥି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe