ବାଲାକୋଟ ଆକ୍ରମଣ ପ୍ରସଙ୍ଗରେ ବିଜେପିକୁ ପ୍ରଶ୍ନ କଲା ଶିବସେନା: ପାକିସ୍ତାନର କି କ୍ଷତି ହୋଇଛି ଦେଶ ଜାଣିବା ଦରକାର

Advertisment
ବାଲାକୋଟ ଆକ୍ରମଣ ପ୍ରସଙ୍ଗରେ ବିଜେପିକୁ ପ୍ରଶ୍ନ କଲା ଶିବସେନା: ପାକିସ୍ତାନର କି କ୍ଷତି ହୋଇଛି ଦେଶ ଜାଣିବା ଦରକାର

India.com

ମୁମ୍ବାଇ: ଦୀର୍ଘଦିନର ଶତ୍ରୁତା ପରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ହୋଇଛି । ଆଗାମୀ ନିର୍ବାଚନ ଦୁଇ ଦଳ ଏକାଠି ଲଢ଼ିବେ। ଶିବସେନା ବିଜେପିର ସାଥୀ ବୋଲି କୁହାଯାଉଥିବା ବେଳେ ବାୟୁସେନାର ବାଲାକୋଟ ଆକ୍ରମଣ ପ୍ରସଙ୍ଗରେ ସେନା ବିଜେପିକୁ ଘେରିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଥିସହ ବିଜେପିକୁ ଅଡ଼ୁଆରେ ପକାଇଛି।

କଂଗ୍ରେସ ସମେତ ଅନେକ ବିପକ୍ଷ ଦଳ  ଏୟାରଷ୍ଟ୍ରାଇକକୁ ନେଇ ସରକାରଙ୍କୁ ପ୍ରମାଣ ମାଗୁଛନ୍ତି । ଆଉ ପ୍ରମାଣ ମାଗୁଥିବା ଏହି ରାଜନୈତିକ ଦଳ ଗୁଡିକ ମଧ୍ୟରେ ଭାରତୀୟ ଜନତା ପାର୍ଟିର ସାଥୀ ଶିବସେନା ମଧ୍ୟ ସାମିଲ ହୋଇଛି । ଶିବସେନା କହିଛି ଯେ, ଦେଶବାସୀଙ୍କର ଏୟାରଷ୍ଟ୍ରାଇକର ସତ ଜାଣିବାର ଅଧିକାର ରହିଛି ।

publive-image dnaindia.com

ଶିବସେନା ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଦେଶବାସୀଙ୍କର  ଏହା ଜାଣିବାର ଅଧିକାର ରହିଛି ଯେ, ଆମେ ଶତ୍ରୁ ରାଷ୍ଟ୍ରରେ କେତେ କ୍ଷତି ପହଞ୍ଚାଇଛୁ ଏବଂ ଏଭଳି ପ୍ରଶ୍ନ ପଚାରିଲେ, ସେନାର  ମନୋବଳ ଦୁର୍ବଳ ହେବାର ସମ୍ଭାବନା ନାହିଁ ବୋଲି ଶିବସେନା ଦାବି କରିଛି।

ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଭାବପ୍ରବଣ’ ହୋଇଯାଇଥାନ୍ତି । କିନ୍ତୁ ଏଥର ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିନି। ଏଥର .ସେ ଅଧିକ ଖୁସି ଥିବା ନଜର ଆସିଛନ୍ତି । ଗୋଟିଏ ପଟେ ଯେତେବେଳେ ପାକିସ୍ତାନ ସହ ଯୁଦ୍ଧର ମାହୋଲ ଥିଲା, ଅନ୍ୟପଟେ ପ୍ରଧାନମନ୍ତ୍ରୀ ରାଲିକୁ ସମ୍ବୋଧିତ କରୁଥିଲେ ବୋଲି ଟିପ୍ପଣୀ କରିଛି ଶିବସେନା।

ଶିବସେନା ପକ୍ଷରୁ କୁହାଯାଇଛି ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ବିରୋଧୀଙ୍କ ପାଖରେ ଦରଦାମ୍ ବୃଦ୍ଧି, ବେରୋଜଗାରୀ, ରାଫେଲ ଡିଲ୍ ସମେତ ଅନେକ ପ୍ରସଙ୍ଗ ଥିଲା । କିନ୍ତୁ ଏବେ ମନେହେଉଛି, ଏୟାରଷ୍ଟ୍ରାଇକ୍ ପରେ ସମସ୍ତ ପ୍ରସଙ୍ଗ ଶେଷ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe