ଦଶହରା ଓ ଶିବସେନା: ଉଦ୍ଧବଙ୍କ ପାଇଁ କାହିଁକି ଜରୁରୀ ଶିବାଜୀ ପାର୍କ?

ଦଶହରା ଓ ଶିବସେନା: ଉଦ୍ଧବଙ୍କ ପାଇଁ କାହିଁକି ଜରୁରୀ ଶିବାଜୀ ପାର୍କ?

ମୁମ୍ବାଇ: ମହାରାଷ୍ଟ୍ରର ଦଶହରା ରାଲି ଏବଂ ଶିବସେନାର ଇତିହାସ ୫ ଦଶନ୍ଧିରୁ ଅଧିକ ପୁରୁଣା | ବର୍ଷ ବର୍ଷ ଶିବାଜୀ ପାର୍କରେ ରାଲି ପାଇଁ ଶିବସେନା କେବଳ ଦାବିଦାର ଥିବାବେଳେ ଚଳିତବର୍ଷ କିନ୍ତୁ ସବୁକିଛି ବଦଳିଯାଇଛି | ବର୍ତ୍ତମାନ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ପ୍ରକୃତ ଶିବସେନା ଦାବି କରି ଶିବାଜୀ ପାର୍କରେ ରାଲି କରିବାକୁ ଅନାଇ ବସିଛନ୍ତି | ସ୍ଥିତି ଏମିତି ହୋଇଛି ଯେ ଏହି ମାମଲା ଏବେ କୋର୍ଟରେ ମଧ୍ୟ ପହଞ୍ଚିପାରେ | ବର୍ତ୍ତମାନ ଏହି ମାମଲା ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପାଖରେ ଥିବାବେଳେ ଦିନକୁ ଦିନ ବିଳମ୍ବ ହେଉଥିବାରୁ ଏହା ଉଦ୍ଧବ କ୍ୟାମ୍ପର ଚିନ୍ତା ବଢ଼ାଇଦେଇଛି । ସେହିପରି ଶିବାଜୀ ପାର୍କ ସହ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ବା ବିକେସି ପାଇଁ ମଧ୍ୟ ଉଦ୍ଧବଙ୍କ ଟିମ ଚିନ୍ତାରେ ପଡିଛି | କାରଣ ଵିକେସି ପାଇଁ ସିନ୍ଦେ କ୍ୟାମ୍ପକୁ ଅନୁମତି ମିଳିଛି। ଏହା ପରେ ମଧ୍ୟ ସିନ୍ଦେଙ୍କ ସମର୍ଥକମାନେ ଚାହୁଁଛନ୍ତି ଯେ ଏହି ରାଲି ଶିବାଜୀ ପାର୍କରେ ଅନୁଷ୍ଠିତ ହେଉ। ୧୯୬୬ ମସିହାରେ ଅର୍ଥାତ୍ ପ୍ରାୟ ୫୪ ବର୍ଷ ପୂର୍ବେ ସ୍ବର୍ଗତଃ ବାଲ ଠାକରେ ଶିବସେନା ଗଠନ କରିଥିଲେ।

ତା’ପରେ ପ୍ରଥମ ଥର ପାଇଁ ଦଶହରା ଅବସରରେ ଶିବାଜୀ ପାର୍କରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି କାରଣରୁ ଏହା ସେନାର ଏକ ପ୍ରମୁଖ ଘଟଣା ପାଲଟିଛି | ଦଳୀୟକର୍ମୀମାନେ ମଧ୍ୟ ଏହି ରାଲିକୁ ଅପେକ୍ଷା କରିଛନ୍ତି, ଯାହା ଗତ ଦୁଇ ବର୍ଷ ମଧ୍ୟରେ କରୋନାଭାଇରସ୍ ମହାମାରୀ ଦ୍ୱାରା ହୋଇପାରିନଥିଲା। ଏହି ଦୁଇ ବର୍ଷ ମଧ୍ୟରେ ଅଡିଟୋରିୟମରେ ଏହି ରାଲି ଅନୁଷ୍ଠିତ ହୋଇଥିଲା। ୨୦୨୦ ମସିହାରେ, ଶିବସେନା କର୍ମୀମାନେ ଭରଚୁଆଲ ମାଧ୍ୟମରେ ଏହି ରାଲିରେ ଯୋଗ ଦେଇଥିବାବେଳେ ୨୦୨୧ ମସିହାରେ ୫୦ ପ୍ରତିଶତ କ୍ଷମତା ମଧ୍ୟରେ ଅଡିଟୋରିୟମରେ ଏହା ଆୟୋଜିତ ହୋଇଥିଲା |

ତେଣୁ ଚଳିତବର୍ଷ ବଡ ଆକାରରେ ଏହି ରାଲି କରି କର୍ମୀମାନଙ୍କୁ ଏକାଠି କରିବାକୁ ଉଦ୍ଧବ ଅଣ୍ଟା ଭିଡ଼ିଥିଲେ | ତେଣୁ ଅଗଷ୍ଟ ୨୨ରେ, ଶିବାଜୀ ପାର୍କରେ ରାଲି ପାଇଁ ଉଦ୍ଧବ କ୍ୟାମ୍ପ ଦ୍ୱାରା ଆବେଦନ କରାଯାଇଥିଲା। ଅନ୍ୟପଟେ ଅଗଷ୍ଟ ୩୦ରେ, ବିଦ୍ରୋହୀ ବିଧାୟକ ସଦା ସର୍ବକାର ମଧ୍ୟ ଏକ ରାଲି ପାଇଁ ବିଏମସି ନିକଟକୁ ଯାଇଥିଲେ। ବିଏମସି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ । ଯଦିଓ ଉଦ୍ଧବ କ୍ୟାମ୍ପ ପ୍ଲାନ ବି ଭାବରେ ବି.କେ.ସି ଗ୍ରାଉଣ୍ଡ ପାଇଁ ଆବେଦନ କରିଥିଲା, ଏବେ ଏହାକୁ ସିନ୍ଦେ କ୍ୟାମ୍ପକୁ ବଣ୍ଟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe