ଅଖିଳେଶଙ୍କୁ ବଡ଼ ଝଟକା: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯୋଗୀ ଡ଼ାକିଥିବା ଡିନରରେ ଯୋଗ ଦେଲେ ଶିବପାଲ ଓ ରାଜଭର

Advertisment
ଅଖିଳେଶଙ୍କୁ ବଡ଼ ଝଟକା: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯୋଗୀ ଡ଼ାକିଥିବା ଡିନରରେ ଯୋଗ ଦେଲେ ଶିବପାଲ ଓ ରାଜଭର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସୁହେଲଦେବ ଭାରତ ସମାଜ ଦଳର ଅଧ୍ୟକ୍ଷ ଓମପ୍ରକାଶ ରାଜଭର ଏବଂ ପ୍ରଗତିଶିଳ ସମାଜବାଦୀ ପାର୍ଟି ସଭାପତି ଶିବପାଲ ସିଂ ଯାଦବ ଏକ ବଡ଼ ଝଟକା ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ରାଜଭର ଏବଂ ଶିବପାଲ ପହଞ୍ଚିଛନ୍ତି। ରାଜଭର ଏବଂ ଶିବପାଲଙ୍କ ବ୍ୟତୀତ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭୈୟା ମଧ୍ୟ ଯୋଗୀଙ୍କ ରାତ୍ରୀ ଭୋଜନରେ ପହଞ୍ଚିଛନ୍ତି। ତେବେ ରାଜଭର ଏହି ଡିନର ପାର୍ଟିରେ ଯୋଗ ଦେଇ ସଂକେତ ଦେଇଛନ୍ତି ଯେ ସପା ଓ ସୁଭାସପା ମଧ୍ୟରେ ମେଣ୍ଟ ଭାଙ୍ଗିଯିବ |

ସୂଚନା ମୁତାବକ ଯେତେବେଳେ ଯଶବନ୍ତ ସିହ୍ନା ସମର୍ଥନ ମାଗିବାକୁ ଲଖନଉକୁ ଆସିଥିଲେ, ଅଖିଳେଶ ଯାଦବ ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କୁ ଡାକିଥିଲେ କିନ୍ତୁ ଓମ୍ ପ୍ରକାଶ ରାଜଭରଙ୍କୁ ଡାକିନଥିଲେ। ଏହା ପରେ ରାଜଭର କହିଥିଲେ ଯେ ଲାଗୁଛି ଅଖିଳେଶ ତାଙ୍କୁ ଆଉ ଆବଶ୍ୟକ କରନ୍ତି ନାହିଁ। ରାଷ୍ଟ୍ରପତି ନିର୍ବାଚନରେ ​​ସେ କଣ କରିବେ ତାହା ଠିକ ସମୟରେ ଜଣାପଡିବ ବୋଲି ରାଜଭର କହିଥିଲେ। ଅଖିଳେଶଙ୍କ କକେଇ ଶିବପାଲ ସିଂ ଯାଦବ ମଧ୍ୟ ଦୀର୍ଘ ଦିନ ଧରି ଅଖିଳେଶଙ୍କ ଉପରେ ଖପ୍ପା ଅଛନ୍ତି | ଆଉ ଆଜି ଏହି ଦୁଇ ନେତା ଯୋଗୀଙ୍କ ଦିନର ପାର୍ଟିରେ ଯୋଗ ଦେଇ ଅଖିଳେଶଙ୍କୁ ଏକ ବଡ ଝଟକା ଦେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe