ଶିବସେନାର ଧମକ ଭକ୍ତମାନେ ଗଣ ଆତ୍ମହତ୍ୟା କରିବେ

Advertisment
ଶିବସେନାର ଧମକ ଭକ୍ତମାନେ ଗଣ ଆତ୍ମହତ୍ୟା କରିବେ

India.com

ଥିରୁବନନ୍ତପୁରମ୍‌: ଆସନ୍ତା ସପ୍ତାହରେ ମାସିକ ପୂଜାକର୍ମ ପାଇଁ ସବରିମାଳା ମନ୍ଦିର ଖୋଲୁଥିବାବେଳେ ଏହା ପୂର୍ବରୁ ସବରିମାଳା ରାୟକୁ ବିରୋଧ କରି ଆନ୍ଦୋଳନ ‌େଜାରଦାର ହୋଇଛି। ଶିବ ସେନାର କେରଳ ରାଜ୍ୟ ଶାଖା ପକ୍ଷରୁ ଆଜି କୁହାଯାଇଛି ଯେ ଯଦି ମହିଳାମାନେ ସବରିମାଳା ମନ୍ଦିରକୁ ପ୍ରବେଶ କରନ୍ତି ତେବେ ଏହାର ବିରୋଧରେ ମହିଳା କର୍ମୀମାନେ ଗଣଆତ୍ମହତ୍ୟା କରିବେ। ସେପ‌େଟ ଭଗବାନ ଆୟପ୍ପାଙ୍କ ହଜାର ହଜାର ଭକ୍ତ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି କୋଚିରେ ପ୍ରତିବାଦ ଆନ୍ଦୋଳନ କରିଛନ୍ତି। ଶିବସେନାର ଜଣେ ନେତା କହିଛନ୍ତି ଯେ ଅକ୍ଟୋବର ୧୭ ଏବଂ ୧୮ ତାରିଖରେ ସେମାନଙ୍କ ସଦସ୍ୟମ‌ାନେ ପାମ୍ବା ନଦୀ ନିକଟରେ ଗଣ ଆତ୍ମହତ୍ୟା ପାଇଁ ଏକତ୍ରିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe