ଗୁଜରାଟର ସୁରତ ଅନ୍ତର୍ଗତ ‘ଜିଆଇଡିସି’ ଅଞ୍ଚଳରେ କେମିକାଲ୍‌ ଟ୍ୟାଙ୍କର୍‌ ଲିକ୍‌‌: ୬ ମୃତ ଓ ୨୦ ଚିକିତ୍ସାଧୀନ

Advertisment
ଗୁଜରାଟର ସୁରତ ଅନ୍ତର୍ଗତ ‘ଜିଆଇଡିସି’ ଅଞ୍ଚଳରେ କେମିକାଲ୍‌ ଟ୍ୟାଙ୍କର୍‌ ଲିକ୍‌‌: ୬ ମୃତ ଓ ୨୦ ଚିକିତ୍ସାଧୀନ

Image Courtesy of Zee News

ଅହମଦାବାଦ: ଗତ ପାହାନ୍ତା ପୂର୍ବରୁ ଗୁଜରାଟର ସୁରତ ଅନ୍ତର୍ଗତ ସଚିନ ‘ଜିଆଇଡିସି’ ଅଞ୍ଚଳରେ ଗୋଟିଏ ଟ୍ୟାଙ୍କର୍‌ରୁ ରାସାୟନିକ ପଦାର୍ଥ ଲିକ୍‌ ହେବାରୁ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୨୦ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସଚିନ ‘ଜିଆଇଡିସି’ ହେଉଛି ଏକ ଶିଳ୍ପାଞ୍ଚଳ।

ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇବା ଲାଗି ତୁରନ୍ତ ସୁରତ ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ରାତି ପ୍ରାୟ ୪ଟା ସମୟରେ ଘଟିଛି। ଲିକ୍‌ ହୋଇଥିବା ଟ୍ୟାଙ୍କର୍‌ରେ ‘ଜେରି’ ନାମକ ରାସାୟନିକ ପଦାର୍ଥ ଥିଲା। ଟ୍ୟାଙ୍କର୍‌ର ଚାଳକ ଗୋଟାଏ ଡ୍ରେନ୍‌ରେ ରାସାୟନିକ ଆବର୍ଜନା ଢାଳିବାକୁ ଉଦ୍ୟମ କରୁଥିବା ବେଳେ ରାସାୟନିକ ପଦାର୍ଥ ବାୟୁ ସଂସ୍ପର୍ଶରେ ଆସି ଅଘଟଣ ଘଟାଇଲା।

publive-image Image Courtesy of Zee News

ଆହୁରି ମଧ୍ୟ ସୂଚନା ମିଳିଛି ଯେ, ଉକ୍ତ ଟ୍ୟାଙ୍କର୍‌ଟି ବଡ଼ୋଦରାରୁ ଆସିଥିଲା ଏବଂ ସଚିନ ‘ଜିଆଇଡିସି’ ଅଞ୍ଚଳରେ ଥିବା ଗୋଟାଏ ଡ୍ରେନ୍‌ରେ ଟ୍ୟାଙ୍କର୍‌ ଚାଳକ ବେଆଇନ ଭାବେ ରାସାୟନିକ ଆବର୍ଜନା ଅଜାଡ଼ିବାକୁ ଚେଷ୍ଟା କରୁଥିଲେ।

ପ୍ରାଣ ହରାଇଥିବା ୬ଜଣ ଶ୍ରମଜୀବୀ ସଚିନ ‘ଜିଆଇଡିସି’ରେ ଗୋଟାଏ ଲୁଗାକଳରେ କାମ କରୁଥି‌ଲେ। ନିକଟରେ ଥିବା ଗୋଟାଏ ଦୋକାନରେ ଚା ପିଉଥିବା ବେଳେ ସେମାନେ ଲିକ୍ ହୋଇଥିବା ରାସାୟନିକ ବାଷ୍ପ ସଂସ୍ପର୍ଶରେ ଆସିଥିଲେ। ବାକି ଲୋକମାନେ ଶୋଇଥିଲେ।

ଗ୍ୟାସ୍‌ ଲିକ୍‌ ହେବାକ୍ଷଣି ଟ୍ୟାଙ୍କର୍‌ ଚାଳକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫେରାର ଟ୍ୟାଙ୍କର ଚାଳକ ଏବଂ ଟ୍ୟାଙ୍କର୍‌ ମାଲିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe