ତାମିଲନାଡ଼ୁରେ ବସ୍‌-ଟ୍ରକ ଧକ୍କା, ୬ ମୃତ

ତାମିଲନାଡ଼ୁରେ ବସ୍‌-ଟ୍ରକ ଧକ୍କା, ୬ ମୃତ

India Today

ତାମିଲନାଡୁ : ତାମିଲନାଡ଼ୁର ଚେଙ୍ଗାଲପାଟ୍ଟୁ ନିକଟରେ ଶୁକ୍ରବାର ଦିନ ଏକ ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଚେନ୍ନାଇ-ତିରୁଚିରାପାଲ୍ଲୀ ଜାତୀୟ ରାଜପଥରେ ମଥୁରାନ୍ତକାମରୁ ଚିଦାମ୍ବରମ୍ ଅଭିମୁଖେ ଯାଉଥିବା ରାଜ୍ୟ ପରିବହନ କର୍ପୋରେସନ୍‌ର ଏକ ବସ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe